ସାମ୍ବାଦିକା ମୃତ୍ୟୁ ମାମଲାରେ ଡିସିପିଙ୍କ ପ୍ରେସମିଟ, ଏକାଧିକ ମାମଲା ରୁଜୁ ହୋଇଥିବା ନେଇ ଦେଲେ ସୂଚନା
ସାମ୍ବାଦିକା ମୃତ୍ୟୁ ମାମଲାରେ ଡିସିପିଙ୍କ ପ୍ରେସମିଟ, ଏକାଧିକ ମାମଲା ରୁଜୁ ହୋଇଥିବା ନେଇ ଦେଲେ ସୂଚନା
ଭୁବନେଶ୍ୱର : ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ମାମଲାରେ ସ୍ବାମୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦେଢଶୁର ଅଟକ ରହିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଦଫା- ୮୦, ଯୌତୁକ ନିର୍ଯାତନା , ୧୦୮ – ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ୧୦୩ – ହତ୍ୟାକାଣ୍ଡ ଓ ୩+୫ – ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ସାମ୍ବାଦିକା ମଧୁମିତା ପରିଡାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ମଧୁମିତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ଆଧାରରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଛି ।

ପ୍ରକାଶ ଯେ ୪ ମାସ ତଳେ ମଧୁମିତା ବିବାହ କରିଥିଲେ । ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକାଙ୍କ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ଜରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଥିଲେ ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Comments

https://publicvoice.co.in/assets/images/user-avatar-s.jpg

0 comment

Write the first comment for this!