NTPC ରେ ଚାକିରି ସୁଯୋଗ, ମାସକୁ ଦରମା ୫୦,୦୦୦ ଟଙ୍କା
NTPC ରେ ଚାକିରି ସୁଯୋଗ, ମାସକୁ ଦରମା ୫୦,୦୦୦ ଟଙ୍କା
NTPC ରେ ଚାକିରି ସୁଯୋଗ, ମାସକୁ ଦରମା ୫୦,୦୦୦ ଟଙ୍କା

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ମାଇନିଂ ଲିମିଟେଡରେ ଖାଲିପଡିଛି ଅନେକ ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ୧୭ ଜୁଲାଇରୁ ଆରମ୍ଭ ହୋଇଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୫ ଅଗଷ୍ଟ ୨୦୨୪ ରହିଛି । ଖାଲିପଡିଥିବା ପଦବୀ ମାଧ୍ୟମରେ ଏନଟିପିସିର ନନ୍‌-ଏଗଜିକ୍ୟୁଟିଭ ଭାବେ ୧୪୪ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ଅଫିସିଆଲ ସାଇଟକୁ ଯାଇ ତୁରନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୪

ମାଇନିଂ ଓଭରମ୍ୟାନ : ୬୭
ମାଗେଜିନ ଇନଚାର୍ଜ : ୯
ମେକାନିକ ସୁପରଭାଇଜର : ୨୮
ଇଲେକ୍ଟ୍ରେିକାଲ ସୁପରଭାଇଜର : ୨୬
ଭୋକେସନାଲ ଟ୍ରେନିଂ ଇନଷ୍ଟ୍ରକ୍ଟର : ୮
ଜୁନିଅର ମାଇନିଂ ସର୍ଭେୟର : ୩
ମାଇନିଂ ସରଦାର: ୩

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଶେଷ ଅଗଷ୍ଟ ୫ ତାରିଖରେ ସରିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସସୀମା ପଦବୀ ଅନୁସାରେ ଅଲଗା ଅଲଗା ହେବ । ଇଚ୍ଛୁକ ପ୍ରାର୍ଥୀ ଫୁଲ ଟାଇମ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଜେନେରାଲ, ଓବିସି, EWS ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତ ଏବଂ ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଚୟନ କେମିତି ହେବ :

ଏଥିପାଇଁ ପ୍ରାର୍ଥୀଙ୍କୁ ଅନେକ ପର୍ଯ୍ୟାୟରେ ପରୀକ୍ଷା ଦେବାକୁ ହେବ । ପ୍ରଥମ ପର୍ଯ୍ୟାୟରେ କମ୍ପ୍ୟୁଟର ପରୀକ୍ଷା ଏବଂ ସିବିଟି ଟେଷ୍ଟ ହେବ । ଏଥିରେ ପାସ୍‌ କଲେ ସ୍କିଲ ଟେଷ୍ଟ ଦେବାକୁ ହେବ । ତୃତୀୟ ପର୍ଯ୍ୟାୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଦେବାକୁ ହେବ । ସମସ୍ତ ପର୍ଯ୍ୟାୟରେ ପାସ୍‌ କଲେ ଚୟନ ହେବ ।

ଦରମା : ପ୍ରାର୍ଥୀଙ୍କୁ ଚୟନିତ ପଦବୀ ଅନୁଯାୟୀ ଦରମା ମିଳିବ । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ସ୍କେଲର ଦରମା ରହିଛି । ଚୟନିତ ପ୍ରାର୍ଥୀଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Comments

https://publicvoice.co.in/assets/images/user-avatar-s.jpg

0 comment

Write the first comment for this!