Breaking news: କାଠମାଣ୍ଡୁରେ ବଡ଼ ଧରଣର ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୧୯ ଜଣ
Breaking news: କାଠମାଣ୍ଡୁରେ ବଡ଼ ଧରଣର ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୧୯ ଜଣ
Breaking news: ନେପାଳର ରାଜଧାନୀ କାଠମାଣ୍ଡୁରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ କର୍ମଚାରୀଙ୍କ ସମେତ ୧୯ ଜଣ ଥିଲେ।

Breaking news: ନେପାଳର ରାଜଧାନୀ କାଠମାଣ୍ଡୁରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ କର୍ମଚାରୀଙ୍କ ସମେତ ୧୯ ଜଣ ଥିଲେ।

କାଠମାଣ୍ଡୁରେ ବିମାନ କ୍ରାସ। ନେପାଳ ରାଜଧାନୀ କାଠମାଣ୍ଡୁରେ ଅଘଟଣ। ଟେକ୍‌ଅଫ ବେଳେ ବିମାନବନ୍ଦରରେ କ୍ରାସ। ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା। କ୍ରାସ ହୋଇଥିବା ବିମାନରେ ଥିଲେ ୧୯ ଜଣ।

ଏହା କାଠମାଣ୍ଡୁରୁ ପୋଖରା ଯାଉଥିଲା। ବିମାନଟି ତ୍ରିଭୂବନ ବିମାନବନ୍ଦରରୁ ଯାତ୍ରା କରୁଥିଲା। ଏହାର କିଛି ସମୟ ପରେ ଏହା ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା।

  •  
କାଠମାଣ୍ଡୁ ରିପୋର୍ଟ ଅନୁଯାୟୀ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ଦୁର୍ଘଟଣାରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଘଟଣା ସ୍ଥଳରୁ ବାହାରୁଥିବା ଚିତ୍ରଗୁଡ଼ିକରେ ଧୂଆଁ ବାହାରୁଥିବା ଦେଖାଯାଉଛି।

Comments

https://publicvoice.co.in/assets/images/user-avatar-s.jpg

0 comment

Write the first comment for this!