୪ ହଜାର କମିଲା ସୁନା ଦାମ୍‌: ତା’ହେଲେ ଡେରି କାହିଁକି, ଶୀଘ୍ର ଯାଇ କିଣି ଆଣନ୍ତୁ
୪ ହଜାର କମିଲା ସୁନା ଦାମ୍‌: ତା’ହେଲେ ଡେରି କାହିଁକି, ଶୀଘ୍ର ଯାଇ କିଣି ଆଣନ୍ତୁ
୪ ହଜାର କମିଲା ସୁନା ଦାମ୍‌: ତା’ହେଲେ ଡେରି କାହିଁକି, ଶୀଘ୍ର ଯାଇ କିଣି ଆଣନ୍ତୁ

ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି । ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ। କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି। ଏକାଥରେ ୪ ହଜାରରୁ ଅଧିକ ଟଙ୍କା ହ୍ରାସ ଘଟିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୪ ହଜାର ୯୪୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪,୯୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୮୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୯୪୦ ଟଙ୍କା ଓ ୭୦,୮୫୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୫,୦୯୦ ଟଙ୍କା ଓ ୭୧,୦୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୫,୪୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୧,୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୯୪୦ ଟଙ୍କା ଓ ୭୦,୮୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୭,୯୦୦ ଟଙ୍କା ହୋଇଛି।

Comments

https://publicvoice.co.in/assets/images/user-avatar-s.jpg

0 comment

Write the first comment for this!