ବଡୁଛି ମଦ ବିକ୍ରି | ସରକାର ନିରବ – ଜାଣନ୍ତୁ ଓଡ଼ିଶାରେ ହେଉଛି କେତେ ମଦ ବିକ୍ରି

0
Advertisement

ବଢୁଛି ମଦ ବିକ୍ରି । ଗଳି ଗଳିରେ ଖୋଲୁଛି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ । ମଦର କରାଳ ନିଶାରେ ପଡୁଛନ୍ତି ରାଜ୍ୟର ଯୁବ ଗୋଷ୍ଠୀ । ଉଜୁଡୁଛି ପାରିବାରିକ ସର୍ମ୍ପକ । ଭାଙ୍ଗୁଛି ସ୍ୱାମୀ ସ୍ତ୍ରୀର ସଂସାର । ଖାଲି ସେତିକି ନୁହେଁ ଭୟଙ୍କର ହାରରେ ବଢୁଛି କିଡନି, ଲିଭର ଏବଂ ପାକସ୍ଥଳିରୋଗୀଙ୍କ ସଂଖ୍ୟା । କିଡନି, ଲିଭର ଏବଂ ପାକସ୍ଥଳ ଖରାପ ପାଇଁ ଲିଭୁଛି ଅନେକ ସ୍ତ୍ରୀଙ୍କର ସିନ୍ଦୁର । ସଡକ ଦୁର୍ଘଟଣାରେ ଯେତିକି ଲୋକ ମରୁଛନ୍ତି ସେଥିରୁ ଅଧିକାଂଶ ମଦ୍ୟପାନ ଜନିତ ବେପରୁଆ ଗାଡି ଚାଳନା ପାଇଁ ହେଉଛି ।


ଓଡିଶାରେ ଯେତିକି ହାରରେ ନୁଆ ସ୍କୁଲ ଖୋଲୁନି କି ନୁଆ ଡାକ୍ତରଖାନା ତିଆରି ହେଉନି ତାଠାରୁ ଅଧିକ ହାରରେ ଖୋଲୁଛି ମଦ ଦୋକାନ । ସମାଜର ଏତେ କ୍ଷତି ହେବା ସତ୍ୱେ କାହିଁକି ଏତେ ମାତ୍ରାରେ ମଦ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଉଛନ୍ତି ତାହା ଏକ ବଡ ପ୍ରଶ୍ନ ।
ରାଜ୍ୟରେ ୨୦୦୧ ମସିହାରେ ଥିଲା ମାତ୍ର ୧୩ଟି ବିୟର ପାର୍ଲର । ହେଲେ ଏବେ ଏହି ସଂଖ୍ୟା ୧୦୫କୁ ଟପି ସାରିଲାଣି । ୧୭ ବର୍ଷରେ ନୁଆ ୯୨ଟି ବିୟର ପାର୍ଲର ତିଆରି ହୋଇଛି । ଅର୍ଥାତ ବିୟର ପାର୍ଲର ସଂଖ୍ୟା ବଢିଛି ୭୦୦% ହାରରେ । ଯଦି ଫରେନ ଲିକରର ଦୋକାନକୁ ହିସାବକୁ ନିଆଯାଏ ତାହେଲେ ମଧ୍ୟ ଏହି ସଂଖ୍ୟାରେ ବି ବଢିଛି ଆକାଶଛୁଆଁ । ୨୦୦୧ ବେଳେ ଫରେନ ଲିକର ଅଫ ସପ ଏବଂ ଅନ ସପ ମିଶି ୭୫୩ଟି ଥିଲା । ଏବେ ସହି ସଂଖ୍ୟା ଆସି ୧୪୯୩ରେ ପହଂଚିଲାଣି । ୧୭ ବର୍ଷରେ ନୁଆ ୭୪୦ଟି ମଦ ଦୋକାନ ଖୋଲିଛି ଯାହା ଏକ ଉଦବେଗଜନକ ସଂଖ୍ୟା । ରାଜ୍ୟରେ ମଦ ବିକ୍ରି ହେବାପରଠାରୁ ୨୦୦୧ ମସିହା ଭିତରେ ଯେତିକି ଦୋକାନ ଖୋଲାଯାଇଥିଲା ମାତ୍ର ୧୭ ବର୍ଷରେ ଏହି ସଂଖ୍ୟା ଏହାର ପାଖାପାଖି ହୋଇଗଲାଣି ।


ରାଜ୍ୟରେ ୨୦୦୦ ମସିହାରେ ଫରେନ ଲିକର ବର୍ଷକୁ ୪୬ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହେଉଥିବାବେଳେ ଏବେ ଏହାର ବିକ୍ରି ପରିମାଣ ୫୦୦ ଲକ୍ଷ ଲିଟରରେ ପହଂଚିଲାଣି । ମାତ୍ର ୧୮ ବର୍ଷରେ ଫରେନ ଲିକର ବିକ୍ରି ୧୧ ଗୁଣ ବଢିଗଲାଣି । ସେହିପରି ବିୟର ବିକ୍ରି ୨୦୦୦ ମସିହାରେ ୫୪ ଲକ୍ଷ ଲିଟର ଥିବା ବେଳେ ଏବେ ଏହା ୪୮୫ ଲକ୍ଷ ଲିଟରରେ ପହଂଚିଲାଣି । ରାଜ୍ୟରେ ବାର୍ଷୀକ ବିକ୍ରି ହେଉଥିବା ସମୁଦାୟ ଦେଶି, ବିଦେଶି ଏବଂ ବିୟର ମଦର ପରିମାଣ ହେଉଛି ୧୬ କୋଟି ୪୬ ଲକ୍ଷ ଲିଟର ।

today odia news paper Tamannaah ready to break oriya news paper today odia news paper news7 odia || today odia news paper news 7 odia
oriya news liveodia newspaper samajajira news odia, odia e news paper
samaj odia news paper oriya news channel,odia newspaper samaj
ajira news odiaodia newspaper samaj today

News By : Satyaban Mahanta, Kankadahad , Dhenkanal

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

LEAVE A REPLY

Please enter your comment!
Please enter your name here