“ସତ ହଉକି ମିଛ ଆମେ ସବୁ ଖବର ଭାଇରାଲ କରିପାରିବୁ” : ଅମିତ ସାହା

0
Advertisement

ରାଜସ୍ତାନ,କୋଟା ଠାରେ ଆଜି ଭାରତୀୟ ଜନତା ପାଟିର ସୋସିଆଲ ମିଡ଼ିଆ କର୍ମୀଙ୍କ ମାନଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାକୁ ଅମିତ ସାହା ଉଦ୍ବୋଦ୍ଧନ ଦେଇ କହିଛନ୍ତି ଆଜି ବିଜେପି ସୋସିଆଲ ମିଡ଼ିଆ ସେଲ ଏତେ ନିଜର କାୟା ବିସ୍ତାର କରିପାରିଛିକି ଦେଶରେ ,”ସେ ଖବର ସତ ହଉ କି ମିଛ,ଖଟା ହଉକି ମିଠା” ସବୁକୁ ସହଜରେ ଭାଇରଲ କରିପାରିବେ | କାରଣ ବିଜେପି ହ୍ୱାଟ୍ସଆପ ଗୃପର ସଂଖ୍ୟା ଆଜି ଭାରତରେ ୩୨ ଲକ୍ଷରେ ପହଁଚିଯାଇଛି |

ସାହା ଉଦାହରଣ ଦେଇ କହିଛନ୍ତି, ଉତ୍ତରପ୍ରଦେଶର ଅଖିଳେସ ଯାଦବ ଓ ତାଙ୍କ ପିତାଙ୍କ ନାମରେ ଆସିଥିବା ମିଛ ଭାଇରଲ ଖବରର ଯେମିତି ସମ୍ପୂର୍ଣ ମିଛ ହୋଇଥିଲେ ମଧ୍ୟ କେମିତି ବିଜେପି ସୋସିଆଲ ମିଡ଼ିଆ କର୍ମୀ ଏହାକୁ ଭାଇରଲ କରେଇପାରି ରାଜନୈତିକ ଅସ୍ଥିରତା ସୃଷ୍ଟି କରିପାରିଥିଲା | ପାଖାପାଖି ୨୦ହଜାରରୁ ଅଧିକ ଦରମା ପ୍ରାପ୍ତ ସୋସିଆଲ ମିଡ଼ିଆ କର୍ମୀ ସୋସିଆଲ ମିଡ଼ିଆରେ କେବଳ ଖବର ଭାଇରଲ କରିବା ପାଇଁ କାମକରୁଛନ୍ତି,ଯାହା ଏକ କର୍ମୀଙ୍କ ଠାରୁ ଖବର ହସ୍ତଗତ ହୋଇଛି | ଏବଂ ଟ୍ୱିଟର,ଫେସବୁକ ମାଧ୍ୟମରେ ମିଛ ଖବରକୁ କିମ୍ବା ବିଜେପିର କିଛି ଖବରକୁ ଭାଇରଲ କରିବା ଏମାନଙ୍କର ମୁଖ୍ୟ କାମ |

ବିଜେପି ସୋସିଆଲ ମିଡ଼ିଆ ସେଲର ଏକ ମୁଖ୍ୟ ସଂଗଠକ “ସୁପର୧୫୦” ନାମକ ସଂଗଠନ କାମକରୁଛି ଏହି ଅପପ୍ରଚାର ପାଇଁ | ଏହାର ପ୍ରତ୍ୱେକଦିନର ଭିୟୁର ୩.୫ କୋଟିରୁ ଅଧିକ ଲୋକ ଏହି ସାଇଟକୁ ଦେଖନ୍ତି | ପାଖାପାଖି ୫୦୦ରୁ ଅଧିକ ଭାରତୀୟ ସେନା ନାମରେ ଅଛି, ଏହା “ମହାବୀର” ତାଙ୍କ ଖୁଲାସରେ କହିଛନ୍ତି | ଏହିପରି ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଙ୍କ ନାମରେ ଏହିପରି ଫେସବୁକ ପେଜ ସବୁ ଖୋଲାଯାଇଛି ,ଯାହାକି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସାହାଯ୍ୟ କରୁଛି ଏହି ସଂସ୍ଥା | ସେ କହିଛନ୍ତି ୯୦ ପ୍ରତିଶତରୁ ଅଧିକ ଭାରତୀୟ ଫେସବୁକ ଆକାଉଣ୍ଟ କେବଳ ବିଜେପି ଆଇଟି ସେଲ ପରିଚାଳନା କରୁଛି | ହିନ୍ଦୁ ମୁସଲମାନ ଭେଦଭାବ ବିଭିନ୍ନ ପୋଷ୍ଟରେ କରାଯିବା ପାଇଁ ଏମାନଙ୍କୁ ବାଧ୍ୟ କରାଯାଉଥିଲା,ଏହା ସେ ନିଜର ଗୁଜୁରାଣ ମେଂଟେଇବା ପାଇଁ ଏମିତି କରୁଥିଲେ ବୋଲି କହୁଥିଲେ | ଆହୁରି ନିଜର ଖୁଲାସରେ କହିଛନ୍ତି ମୋଦିଙ୍କ ବିରୁଦ୍ଧରେ ବିଜେପିର ଏକ ସଂଗଠନ କାମ କରୁଛି, ତାଙ୍କୁ ହଟେଇ “ଯୋଗୀଙ୍କୁ” ପ୍ରାର୍ଥୀ କରାଯିବାର ଯୋଜନା ଥିଲା କିନ୍ତୁ ବିଭିନ୍ନ ଆଇଟି କମ୍ପାନୀ ମାନଙ୍କୁ ମୋଦିଙ୍କ ଚେହେରା ବନେଇବା ପାଇଁ ଟେଂଡର ଦେଇଦିଆ ଯାଇଥିଲା | ଯେଉଁ କମ୍ପାନୀ ଡୋନାଲଡ ଟ୍ରମ୍ପଙ୍କ ଆଇଟି ସେଲର ନିର୍ବାଚନ ପ୍ରଚାର ଦାଇତ୍ୱ ନେଇଥିଲା ସେ ମୋଦିଙ୍କ ଆନ୍ତର୍ଜାତିକ ପ୍ରଚାର ଦାଇତ୍ୱ ମଧ୍ୟ ନେଇଥିଲା ସେ କହିଛନ୍ତି | ଗୋଟାଏ ଦିନରେ ସମ୍ପୂର୍ଣ ଭାରତର ଅନ୍ତରୀଣ ରଜନିତକ ଅସ୍ଥିରତା ସୃଷ୍ଟି କରାଯାଇ ପାରିବ ଏହି ଆଇ.ଟି ସେଲ ମାଧ୍ୟମରେ ,ତାଙ୍କର ବୟାନ ମୁତାବକ |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here