ଶହୀଦ୍‌ ହେଲେ ଉତ୍ତରପ୍ରଦେଶର ୧୨ ଯବାନ୍‌: ୨୫ ଲକ୍ଷ ସହାୟତା ଘୋଷଣା କଲେ ଯୋଗୀ ସରକାର

0
Advertisement

ଲକ୍ଷ୍ନୌ,୧୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଥିବା ଯବାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୧୨ ଜଣ ଅଛନ୍ତି। ଖବର ପହଞ୍ଚିବା ପରେ ଶହୀଦ୍‌ ଯବାନଙ୍କ ବାସସ୍ଥାନରେ ଖେଳି ଯାଇଛି ଶୋକ ଲହରୀ। ଲୋକଙ୍କ ମଧ୍ୟରେ ଅସ୍ତ୍ରର ଉତ୍ତର ଅସ୍ତ୍ରରେ ଦିଆଯିବା ନେଇ ଜାଗି ଉଠିଛି ପ୍ରତିଶୋଧ ନିଆଁ।  ଆତଙ୍କବାଦୀଙ୍କ ଆଶ୍ରୟ ଦେଇଥିବା ପାକିସ୍ତାନ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶହୀଦ୍‌ଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here