Twitterରେ ଭିକ ମାଗି ମାସକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ୨୫ ବର୍ଷର ଯୁବକ, ଚଳଣି ଦେଖି ମୁଣ୍ଡରେ ଦେବେ ହାତ !

0
Advertisement

ଆପଣ ରାସ୍ତା କଡରେ ଭିକ ମାଗି ଲକ୍ଷ ଟଙ୍କା ରୋଜଗାର କରୁଥିବା ଭିକାରିଙ୍କ କଥା ଶୁଣିଥିବେ, କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଟ୍ବିଟରରେ ଭିକ ମାଗି ଲକ୍ଷ ଲକ୍ଷ ଟଙ୍କା କମାଇଥାନ୍ତି ଏବଂ ରାଜକୀୟ ଢ଼ଙ୍ଗରେ ନିଜ ଜୀବନକୁ ଉପଭୋଗ କରୁଛନ୍ତି। ତାଙ୍କ ଲାଇଫଷ୍ଟାଇଲକୁ ଦେଖି ବଡରୁ ବଡ ଧନୀ ମଧ୍ୟ ମୁଣ୍ଡରେ ହାତ ଦେଇଦିଅନ୍ତି। ସବୁଠାରୁ ଗୁରୂତ୍ବପୂର୍ଣ୍ଣ କଥା ହେଉଛି ଯେ ଟ୍ବିଟରରେ ଭିକ ମାଗୁଥିବା ଏହି ବ୍ୟକ୍ତି ନିଜକୁ କୌଣସି ଟିଭି ଷ୍ଟାରଙ୍କ ଠାରୁ କମ୍ ଭାବିନ୍ତି ନାହିଁ। ୨୫ ବର୍ଷର ଏହି ଯୁବକ ଅନଲାଇନରେ ଭିକ ଜରିଆରେ ନିଜ ଘରର ଭଡା ଦେଇଥାନ୍ତି ଏବଂ ନିଜର ଦାମି ସୌକକୁ ମଧ୍ୟ ପୂରା କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଯୁବକଙ୍କ ବିଷୟରେ।

book mechanic

ଟ୍ବିଟରରେ ଭିକ ମାଗି ସବୁ ମାସ ପାଞ୍ଚ ଲକ୍ଷ ରୋଜଗାର କରୁଥିବା ଏହି ଯୁବକଙ୍କ ନାମ ହେଉଛି ଜୋବନ ହିଲ। ଜୋବନ ନ୍ୟୂୟର୍କରେ ରୁହନ୍ତି। ଅନଲାଇନ ଭିକ ମାଗିବା ପୂର୍ବରୁ ଜୋବନ ଏକ ରେଷ୍ଟୁରାଣ୍ଟରେ କାମ କରୁଥଲେ। କିନ୍ତୁ ସେ ଏହି ଚାକିରି ଛାଡି ଟ୍ବିଟରେ ଭିକ ମାଗିବାକୁ ଲାଗିଲେ। ଜୋବନ କୁହନ୍ତି ଯେ ସେ ଟ୍ବିଟରରେ ନିଜର ଫଲୋଓର୍ସଙ୍କୁ ସର୍ଭିସ ପ୍ରୋଭାଇଡ୍ କରନ୍ତି, ତାହା ବଦଳରେ ସେମାନେ ଖୁସି ହୋଇ ତାଙ୍କୁ ଟଙ୍କା ଦିଅନ୍ତି।

ଜୋବନଙ୍କର ସପନା ଫୋବର୍ସ ଲିଷ୍ଟରେ ସବୁଠାରୁ ଲୋକପ୍ରିୟ ବ୍ୟବସାୟୀ ଭାବରେ ସାମିଲ ହେବାର ଅଛି। ସେ ଏହି ଅନଲାଇନ ଭିକ ମାଗିବା ପୂର୍ବରୁ ରେଷ୍ଟରାଣ୍ଟାରେ କାମ କରି ସେ ମାସକୁ ପ୍ରାୟ ୮୭ ହଜାର ଟଙ୍କା କମାଉଥିଲେ। ଜୋବନଙ୍କ କହିବା କଥା ଯେ ଯେତେବେଳେ ସେ କଲେଜରେ ପଢ଼ୁଥିଲେ ସେତେବେଳେ ସେ ଘର ଘରକୁ ଯାଇ ହେଲଥ କେୟାର ଆସିଷ୍ଟାଣ୍ଟ ସର୍ଭିସ ଦେଉଥିଲେ। ଏହାପରେ ସେ କଲେଜ ଛାଡି ରେଷ୍ଟୁରାଣ୍ଟରେ କାମ କଲେ।

ଜୋବନ ଟ୍ବିଟରରେ ନିଜର ଫଲୋଓର୍ସଙ୍କ ଠାରୁ ଟଙ୍କା ମାଗିଥାନ୍ତି। ତାଙ୍କର ଟ୍ବିଟରରେ ୧ ଲକ୍ଷ ୧୦ ହଜାର ଫଲୋଓର୍ସ ଅଛନ୍ତି। ଜୋବନଙ୍କ ମା’ ଆଇଟି ବିଭାଗରେ କାମ କରନ୍ତି। ଜୋବନ ନିଜର ମଜାଳିଆ ଅଭ୍ୟାସ ପାଇଁ ନିଜର ସଫଳତାର ପାଇଛନ୍ତି। ତାଙ୍କର କହିବାନୁଯାୟୀ ତାଙ୍କ ଟ୍ବିଟ୍ ଏବଂ ଲାଇଭ୍ ସ୍ଟ୍ରିମିଙ୍ଗ୍ ବହୁତ ମନୋରଞ୍ଜନ ହୋଇଥାଏ। ଏହା ଦ୍ବାରା ତାଙ୍କ ଫଲୋଓର୍ସ ମାନେ ଖୁସି ହୋଇଥାନ୍ତି ଏବଂ ତାଙ୍କୁ ଟଙ୍କା ମଧ୍ୟ ଦିଅନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here