ସୁପ୍ରିମକୋର୍ଟ କାଏମ ରଖିଛନ୍ତି ହାଇକୋର୍ଟଙ୍କ ରାୟ : ପୌର ନିର୍ବାଚନ ସଂରକ୍ଷଣ ମାମଲା

0
Advertisement

ନୂଆଦିଲ୍ଲୀ:- ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ହାଇକୋର୍ଟଙ୍କ ରାୟ | ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କର ଦାୟର ମାମଲାରେ ଶୁଣାଣି କରି କହିଥିଲେ ହାଇକୋର୍ଟ | ରାଜ୍ୟ ସରକାର ଏହାକୁ ଚେଲେଞ୍ଜ କରିବାକୁ ଯାଇ ସୁପ୍ରିମକୋର୍ଟ ରେ ଦ୍ୱାରସ୍ତ ହୋଇଥିଲେ ,କିନ୍ତୁ ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ୟୁ ୟୁ ଲଳିତ ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ରାୟରେ ଏହାକୁ ଖାରଜ କରି ରାୟକୁ କାୟମ ରଖିଛନ୍ତି |

୨୦୧୦ର ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ବେଅାଇନ ବୋଲି କହିଥିଲେ, ଯାହାକି ସୁପ୍ରିମକୋର୍ଟରେ ମଧ୍ୟ କାଏମ୍ ରହିଛି। ଏହାଦ୍ୱାରା ସରକାରଙ୍କୁ ନିରାଶ ହେବାକୁ ପଡିଛି |ସିଟ ସଂରକ୍ଷଣ ସମୁଦାୟର ଜନସଂଖ୍ୟା ଆଧାରରେ ହୋଇଥାଏ | ବିଗତ ନିର୍ବାଚନ ମାନଙ୍କରେ ସଂରକ୍ଷଣ ୨୭% ଥିବାବେଳେ ଏହାର ବୃଦ୍ଧିକରିବାକୁ ଯାଇ ସରକାର ଏଭଳି ପଦକ୍ଷେପ ନେଇଥିବା ଦର୍ଶାଇଛନ୍ତି,ଯାହା ଦ୍ୱାରା ପଛୁଆ ବର୍ଗର ଲୋକମାନେ ପ୍ରତିନିଧିତ୍ବ କରିପାରିବେ |

ବିରୋଧୀମାନେ ଏହାକୁ ରାଜନୀତି କରଣ କରିବା ଆରୋପ କରିଛନ୍ତି ସରକାରଙ୍କ ଉପରେ | ଆସନ୍ତା ନଭେମ୍ବର-ଡ଼ିସେମ୍ବର ସୁଦ୍ଧା ରାଜ୍ୟର ୯୦% ପୌର ସଂସ୍ଥାର କାର୍ଯ୍ୟକାଳ ସାରିବାର ଥିବାବେଳେ,ସରକାର ଏହାକୁ ବିଳମ୍ବ କରିବାକୁ ଚାହୁଁଛନ୍ତି,ରାଜନୈତିକ ଫାଇଦା ହାତେଇବା ପାଇଁ | ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାରେ ସରକାର ବିଫଳ ହୋଇଥିବାର ଚିତ୍ର ସହରବାସୀଙ୍କ ପାଖରେ ନପହଞ୍ଚୁ,ଏମିତି ଆରୋପ କରିଛନ୍ତି ବିରୋଧୀ |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

LEAVE A REPLY

Please enter your comment!
Please enter your name here