ଚୁଲି ଓ ସିଗାରେଟ୍‌ ଧୂଆଁ ଗର୍ଭସ୍ଥ ଶିଶୁକୁ ବିକୃତ କରି ପାରେ; ଏମ୍‌ସ ଗବେଷକଙ୍କ ସୂଚନା

0
Advertisement

ଗର୍ଭାବସ୍ଥାରେ ଚୁଲିରେ ଖାଦ୍ୟ ପ୍ରସ୍ତୁତି କରିବା ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଯାହାଫଳରେ ଜନ୍ମ ପରେ ନବଜାତ ଶିଶୁ ଶାରୀରୀକ ବିକୃତିର ଶିକାର ହୋଇପାରୋ ଯେମିତିକି ଶିଶୁର ଓଠ କଟି ଯାଇପାରେ, ଯାହାକୁ କୁହାଯାଏ ଗ୍ରହଣ ଖଣ୍ଡିଆ। ଆମ ଦେଶରେ ପ୍ରତ୍ୟେକ ବର୍ଷ ୩୫ ହଜାରରୁ ଅଧିକ ଏମିତି ଶିଶୁ ଜନ୍ମ ନେଉଛନ୍ତି। ଦିଲ୍ଲୀ ଏମ୍ସର ଡାକ୍ତର ଗବେଷଣା କରି ଏହା କହିଛନ୍ତି । ଗର୍ଭାବସ୍ଥା ସମୟରେ ଚୁଲିରୁ ବାହାରୁଥିବା ଧୂଆଁରୁ ନିଶ୍ୱାସ ନେବା, ବିଡ଼ି ଓ ସିଗାରେଟ ଏବଂ ମଦ୍ୟପାନ କରିବା, ଅଧିକ ଔଷଧ ବ୍ୟବହାର କରିବା ବା କୌଣସି ପ୍ରକାର ରେଡିଏସନ ନବଜାତ ଶିଶୁର ଚେହେରାକୁ ବିକୃତ କରିପାରେ। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ଗବେଷଣା ଏପର୍ଯ୍ୟନ୍ତ ଜାରି ରହିଛି । ଏହି ଗବେଷଣା ବେଳେ ଗ୍ରହଣ ଖଣ୍ଡିଆର ଅନେକ ମାମଲା ସାମ୍ନାକୁ ଆସିଛି।
୨୦୧୦ରୁ ବର୍ତ୍ତମାନ ଚାଲୁଛି ଅଧ୍ୟୟନ

୨୦୧୦ରୁ ବର୍ତ୍ତମାନ ଚାଲୁଛି ଅଧ୍ୟୟନ

ଏମସ୍ ସିଡ଼ିଇଆର ନିର୍ଦ୍ଦେଶକ ଡା. ଓ.ପି ଖରବନ୍ଦା ୨୦୧୨ରୁ ୨୦୧୪ ମଧ୍ୟରେ ୧୬୪ କଟା ଓଠ ଥିବା ପିଲାମାନଙ୍କ ଉପରେ ଅଧ୍ୟୟନ କରିଥିଲେ। ଏହି ପିଲା ଏମସ୍, ସଫଦରଜଙ୍ଗ, ମେଦାନ୍ତ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଡା. ଖରବନ୍ଦାଙ୍କ କହିବା ମୁତାବକ ବର୍ତ୍ତମାନ ଏହି ଗବେଷଣା ଅନ୍ତିମ ପର୍ଯ୍ୟାୟରେ ରହିଛି । ଏଥିରେ ଦିଲ୍ଲୀ ବ୍ୟତୀତ ହାଇଦ୍ରାବାଦ,ଗୌହାଟି ଏବଂ ଲକ୍ଷ୍ନୌର ଡାକ୍ତରମାନେ ସହଯୋଗ କରୁଛନ୍ତି। ଡା. ଖରବନ୍ଦାଙ୍କ କହିବା ମୁତାବକ ଏହି ବିକୃତିରେ ଜଡ଼ିତ ଥିବା ପିଲାମାନଙ୍କର ତତ୍‌କାଳ ଉପଚାର କରିବା ଜରୁରୀ ହୋଇଥାଏ।

book mechanic

ପିଲାଙ୍କୁ ଆସିଥାଏ ବହୁତ ସମସ୍ୟା

ଗବେଷଣାରୁ ଜଣାପଡ଼ିଛି ଯେ ମଦ୍ୟପାନ, ଧୂମପାନ, ଚୁଲିରେ ରୋଷେଇ ବେଳର ଧୂଆଁ ଏବଂ ଅଧିକ ମାତ୍ରାରେ ଔଷଧର ବ୍ୟବହାର କରିବା କାରଣରୁ ଗର୍ଭସ୍ଥ ପିଲାଙ୍କର ଗ୍ରହଣ ଖଣ୍ଡିଆ ବା ଓଠ କଟା ହୋଇଥାଏ । ଏହା ସହିତ ଅନ୍ୟ ପ୍ରକାର ଶାରୀରିକ ବିକୃତି ମଧ୍ୟ ଦେଖଶଯାଇଥାଏ। କଟା ଓଠ ଯୋଗୁ ପିଲାଙ୍କୁ ଖାଦ୍ୟ ଖାଇବାରେ ଏବଂ କଥା କହିବାରେ ଅସୁବିଧା ହୋଇଥାଏ। ଏହାଦ୍ୱାରା ଶରୀରର ଆକୃତି ଖରାପ ହୋଇଥାଏ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here