ନୂଆଦିଲ୍ଲୀ:-ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି | ଦେଶରେ ସବୁ ବର୍ଗର ମହିଳାଙ୍କୁ ମନ୍ଦିର ଯିବାର ଅଧକାର ଅଛି, ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ ରାୟ ଦେବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି | କେରଳର ପନ୍ଥନମଥିଟା ଜିଲ୍ଲାରେ ପଶ୍ଚିମ ପାହାଡ଼ିଆ ଅଂଚଳେ ସ୍ଥିତ ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା। ଏନେଇ ମନ୍ଦିର କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ ମାସିକ ଋତୁସ୍ରାବ ବେଳେ ଏମାନେ ଶୁଦ୍ଧତା ବଜାୟ ରଖିପାରିବେ ନାହିଁ,ତେଣୁ ସେମାଙ୍କର ପ୍ରବେଶ ଉପରେ ରୋକ ଲଗାଇଥିଲା ମନ୍ଦିର କର୍ତ୍ତୃପକ୍ଷ |
ଏହାର ଶୁଣାଣି କରିବାକୁ ଯାଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସାବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ।
ସମାଜରେ ପରିବର୍ତ୍ତନ ଆସିବା ଜରୁରୀ ,ଭଗବାନଙ୍କୁ ନେଇ ପୁରୁଷ ଓ ମହିଳା ଭିତରେ ଭେଦଭାବ ସମ୍ପୂର୍ଣ୍ଣ ଭୁଲ | ଆସ୍ଥା ନାଁରେ ଲିଙ୍ଗଗତ ବିଭେଦ ଗ୍ରହଣ କରାଯାଇପାରିବ ନାହିଁ |ଭଗବାନ ଅୟପ୍ପାଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଉଚିତ ନୁହେଁ ବୋଲି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି |
କୋର୍ଟଙ୍କ ଏହି ଐତିହାସିକ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ ଜଣାଯାଇଥିବା ବେଳେ ,ସାବରୀମାଳା ମନ୍ଦିର କର୍ତ୍ତୃପକ୍ଷ ରିଭ୍ୟୁ ପିଟିସନ୍ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି |


ସବରୀ ମାଳା ମଦ୍ଦିରକୁ ନେଇ ନ୍ୟାୟ ଦେଇଥିବା ବିଚାର। ପତିକୁ ଧନ୍ୟବାଦ ଓ ସ୍ବାଗତ ଯୋଗ୍ୟ ବିବେଚିତ ।
pharmacy prices cialis 20mg price in mexico strattera nz cialis generic price in us where to buy sildenafil online sildenafil 100mg uk tadalafil 20 coupon cheap female viagra pills