ବିଜେପି ଆଟି ସେଲ ର ପ୍ରକୃତ ଚିତ୍ର : ସାମ୍ପ୍ରତିକତା କନ୍ଦଳ ବ୍ୟାପିବା ପଛରେ ଆଟି ସେଲର ହାତ

0
Advertisement

ଭାରତୀୟ ଜନତା ଦଳ ନିତିନ ଗଡ଼କରୀଙ୍କ ଅଧକ୍ଷତାରେ ୨୦୧୨ ମସିହାରେ ପ୍ରଥମକରି ବିଜେପି ଆଟି ସେଲ ପ୍ରତିଷ୍ଠା କରିଥିଲେ |ଏଥିରେ ଏବେକା ଦିନରେ ହାରାହାରି ୨୦୦୦୦ରୁ ଅଧିକ କର୍ମୀ କାର୍ଯ୍ୟରତ | ଦଳର ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା କୁ ଲୋକାଭିମୁଖୀ କରିବା ବିଭିନ୍ନ ସୋସିଆଲ ସାଇଟ ମାଧ୍ୟମରେ ଏହାର ମୁଖ୍ୟ ଲଖ୍ୟ ଥିଲା | ପ୍ରଥମେ ସୁପର ୧୫୦ ନାମକ ଏକ ଟିମ ଗଠନ କରାଯାଇଥିଲା ,ପରେ ଏହାର ଶାଖାକୁ ବିସ୍ତାର କରାଯାଇ ଏବେ ଭାରତରେ ୨୦୦୦୦ରୁ ଅଧିକ କର୍ମୀ କାମ କରୁଛନ୍ତି ଏହି ଆଟି ସେଲ ପାଇଁ |

କିନ୍ତୁ ଏହାପରର ଚିତ୍ର ସମ୍ପୂର୍ଣ ଅଲଗା ଜାଣିବାକୁ ମିଳିଛି ସେହି ଆଟି ସେଲ ରେ କାମକରୁଥିବା ଜୈନିକ ବ୍ୟକ୍ତିଙ୍କଠୁ ତାଙ୍କର ନାମ ମହାବୀର,ସେ ୨୦୧୨ରୁ ୨୦୧୫ ଯାଏ କାର୍ଯ୍ୟକରୁଥିଲେ ଏହି ବିଜେପି ଆଟି ସେଲ ପାଇଁ |ତାଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ କେବଳ ମିଛ ପ୍ରପାଗଣ୍ଡା ମାନେ ମିଥ୍ୟା ଅପପ୍ରଚାର ହିଁ ଏହି ଆଟି ସେଲ ର ମୁଖ୍ୟ କାମ ଅଟେ ଆଉ ସେ ନିଜେ ମଧ୍ୟ ଏହି କାମରେ ନିୟୋଜିତ ଥିଲେ ନିଜ ଗୁଜୁରାଣ ମେଂଟେଇବା ପାଇଁ |ସେ ଫେସବୁକ,ଟ୍ୱିଟର,ହ୍ୱାଟସଆପ୍ପ,ବିଭିନ୍ନ ୱେବ ସାଇଟ ମାଧ୍ୟମରେ ଭିନ୍ନ ଭିନ୍ନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରି ପୋଷ୍ଟ କରାଯାଇଥାଏ | ମୁସଲିମ ମାନଙ୍କୁ ହିନ୍ଦୁ ବିରୁଦ୍ଧରେ,ହିନ୍ଦୁ ମାନଙ୍କୁ ମୁସଲିମ ବିରୁଦ୍ଧରେ ଏଇମିତି ଭାବେ ସାମ୍ପ୍ରଦାୟିକ ତତ୍ଵକୁ ତ୍ରୁଷ୍ଟିକରଣ କରାଯାଇଥାଏ | ଜଣେ ଜଣେ କର୍ମୀଙ୍କୁ ଗୋଟେ ଲାପଟପ ଏବଂ ୧୦ ଟି ଲେଖାଏ ମୋବିଲେ ହାଣ୍ଡସେଟ ଦିଆଯାଇଥାଏ ଏବଂ ସେମାନେ ବିଭିନ୍ନ ଗୃପରେ ଏହି ଲେଖାକୁ ପୋଷ୍ଟ କରିଥାନ୍ତି | ଏହିପରି ଭାବେ ଏକ ସଂଗେ ଏଇମିତି ପୋଷ୍ଟ କରାଗଲେ ଏହା ସିଧାସଳଖ ଟ୍ରେଣ୍ଡ କୁ ଚାଲିଆସେ ମାନେ ଏହା ପ୍ରଥମେ ଦେଖିବାକୁ ମିଳେ ସୋସିଆଲ ସାଇଟରେ|

ଏପରିଭାବେ ଯୋଜନା କରାଯଇଥାଏକି ଏହି ବ୍ଳଗ ପୋଷ୍ଟ ଗୁଡିକ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାର ସାଇଟ ଠାରୁ ଅଧିକ ଲୋକେ ଦେଖିଥାନ୍ତି ଏହିପରି ସାମ୍ପ୍ରଦାୟିକ କଣ୍ଟେଣ୍ଟକୁ | ସେ କିଛି ନାମ ମଧ୍ୟ ଲୋକଲୋଚନକୁ ଆଣିଛନ୍ତି ଯାହାକି insistpost.com,newstrend .com,vairalindia.in ଏହିପରି ଶତାଧିକ ସାଇଟ ମାଧ୍ୟମରେ ତ୍ରୁଷ୍ଟି କରଣ କରାଯାଇଥାଏ ଭେଦଭାବ କରି ବିଭିନ୍ନ ଜାତି ଥଥା ବର୍ଣ୍ଣକୁ ନେଇ !ତାଙ୍କ କହିବା ଅନୁସାରେ ଭାରତୀୟ ଆର୍ମି ନାମରେ ୫୦୦ଶଶହରୁ ଅଧିକ ଫେସବୁକ ପେଜ ରହିଛି ଯଉଁଟାକି ବିଜେପି ଆଟି ସେଲ ଚଲାଇଥାଏ,ଏହିପରି ଭାବେ ବିଭିନ୍ନ ସେଲିବ୍ରେଟି,ରାଜନେତା,ମୁସଲିମ ନାମଧାରୀ ବ୍ୟକ୍ତି ଏହିପରି ଭାବେ ଭିନ୍ନ ଭିନ୍ନ ନାମରେ ଫକେ ଆକାଉଣ୍ଟ ଖୋଲାଯାଇ କାମ କରାଯାଇଥାଏ |

ସେ ତାଙ୍କ ଖୁଲାସାରେ କହିଛନ୍ତିକି ବିଜେପି ଆଇଟି ସେଲ ଯଦି ଚାହିଁବ ତେବେ ୧୦ ମିନିଟିରେ ଦେଶର ସାମ୍ପ୍ରତିକ ସ୍ତିତିକୁ ବିଗାଡି ଦଙ୍ଗା ର ମାହୋଲ ସୃଷ୍ଟି କରିପାରିବ ! ୨୦୧୩ ରେ କିଛି ବିଦେଶୀ କମ୍ପାନୀଙ୍କୁ ବିଜେପିର ପ୍ରଚାର ଦାଇତ୍ୱ ଦିଆଯାଇଥିଲା ତେଣୁ ମୋଦିଙ୍କୁ ମୈଦାନରେ ମୁଖ୍ୟ ଚେହେରା କରାଯାଇଥିଲା, ନହେଲେ ଯୋଗୀ ଅଦିତ୍ୟନାଥଙ୍କୁ ଆର.ଏସ.ଏସ ଚୟନ କରିଥିଲା |ମୋଦିଙ୍କ ପଛରେ ଗୋଟାଏ ବିଜେପିର ଗୋଷ୍ଟି କାମକରୁଛି ତାଙ୍କୁ ହଟେଇବା ପାଇଁ | ଯୋଗୀ ଆସିଲେ ବିଜେପିକୁ ମନୁ ସୃତି ଆଇନ୍କୁ ଲାଗୁ କରିବାରେ ସହଜ ହେବ ଯାହାକି ୧୮୧୮ମସିହା ପୂର୍ବରୁ ଚାଲିଥିଲା ବର୍ଣ ବ୍ୟବସ୍ତା ,ଜାତି ବ୍ୟବସ୍ତା ଇତ୍ୟାଦି|ଆହୁରିମଧ୍ୟ ସେ ନିଜ କଥାରେ ଦାବି କରିଛନ୍ତି କି ଜିଓ ଟେଲିକମ କମ୍ପାନୀ ବିଜେପିକୁ ସମ୍ପୂର୍ଣ ସାହାଯ୍ୟ କରୁଛି ପ୍ରଚାର ପ୍ରସାର ବାବଦରେ | ଏହା ଯଦି ସତ୍ୟ ହୋଇଥାଏ ତାହେଲେ ଦେଶପାଇଁ ଏହା ଏକ ମହାବିପଦ ହୋଇ ଉଭାହେବ ଏଥିରେ କୌଣସି ସନ୍ଧେହ ନାହିଁ | ଏହି ଘଟଣାକୁ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ନିହାତି ଆବଶ୍ୟକ ହୋଇପଡିଛି, ବୁଦ୍ଧିଜୀବୀ,ଗଣମାଧ୍ୟମ,ସଚେତନ ନାଗରିକ,ଆଇଟି ଅଧିକାରୀ ମାନେ ଏହାର ତଦନ୍ତ ପାଇଁ ଦାବିକରିବା ଅତ୍ୟନ୍ତ ଜରୁରୀ |ଶେଷରେ ସେ ମଧ୍ୟ କହିଛନ୍ତି ସୁପର ୧୫୦ ଟିମ ର କିଛି ଲୋକ ତାଙ୍କୁ ଧମକ ଦେବା ସହ ଲାଂଚ ପାଇଁ ମଧ୍ୟ ଫୋନେ କଲ ମାଧ୍ୟମରେ ପ୍ରବର୍ତ୍ତାଉଛନ୍ତି !

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here