ମୂଷା ନେଇଯାଇଥିଲା ୫ ଲକ୍ଷ ଟଙ୍କାର ସୁନା

56

ମୁମ୍ବାଇ,୧୭।୬: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ମୂଷା ଗାତରୁ ହଜିଯାଇଥିବା ସୁନା ଅଳଙ୍କାରରେ ପରିପୂର୍ଣ୍ଣ ବ୍ୟାଗ ଉଦ୍ଧାର କରିଛି। ଏହି ବ୍ୟାଗରେ ପାଞ୍ଚ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଥିଲା। ଏହି ବ୍ୟାଗ୍‌କୁ କୌଣସି ଚୋର ନୁହେଁ, ବରଂ ଏକ ମୂଷା ବ୍ୟାଗ ସେଠାକୁ ନେଇଯାଇଥିଲା।
ପୋଲିସ ସୂଚନା ଅନୁସାରେ, ଉପନଗରପାଳ ଡିନ୍ଦୋଶୀ ନିବାସୀ ସୁନ୍ଦରୀ ପ୍ଲାନିବେଲଙ୍କ ଅଳଙ୍କାର ଥିବା ବ୍ୟାଗଟି ହଜିଯାଇଥିଲା। ସେ ଗୋରେଗାଓଁର ଗୋକୁଳଧାମ କଲୋନୀରେ ଘରୋଇ ସହାୟକ ଭାବେ କାମ କରନ୍ତି। ଘଟଣା ଦିନ ସେ ବ୍ୟାଙ୍କରେ ୫ ଲକ୍ଷ ଟଙ୍କାର ସୁନା ଗହଣା ଜମା କରିବାକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତାରେ ବୁଲୁଥିବା ଦୁଇ ଜଣ ପିଲାଙ୍କୁ ତାଙ୍କର ବଡାପାଓ ଥିବା ବ୍ୟାଗ ଦେଇଥିଲେ। ତେବେ ସୁନ୍ଦରୀ ବ୍ୟାଙ୍କରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କର ସୁନା ଅଳଙ୍କାର ମଧ୍ୟ ଉକ୍ତ ବ ବ୍ୟାଗରେ ହିଁ ରଖିଥିଲେ। ତେଣୁ ସେ ତୁରନ୍ତ ଦୁଇ ପିଲାଙ୍କୁ ଖୋଜିବାରେ ଲାଗିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ସୁନ୍ଦରୀ ବ୍ୟସ୍ତ ହୋଇ ପୋଲିସର ସହାୟତା ନେଇଥିଲେ। ପୋଲିସ ଘଟଣାର ଯାଞ୍ଚ କରି ଦୁଇ ପିଲା ଓ ସେମାନଙ୍କ ମା’ଙ୍କୁ ଠିକଣା ମିଳିଥିଲା। ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ବଡାବାଓ ଖାଇବାକୁ ଚାହୁଁ ନ ଥିବାରୁ ଉକ୍ତ ବ୍ୟାଗକୁ ନିଟକସ୍ଥ ଅଳିଆ ଗଦାରେ ଫୋପାଡି ଦେଇଥିବା କହିଥିଲେ।
ପୋଲିସ ସିସିଟିଭି ଯାଞ୍ଚ୍‌ କରିଥିଲା। ସିସିଟିଭି ଯାଞ୍ଚ ବେଳେ ନିକଟସ୍ଥ ଡ୍ରେନରେ ଗାତ ଖୋଳି ରହୁଥିବା ଏକାଧିକ ମୂଷା ଉକ୍ତ ବ୍ୟାଗଟିକୁ ଅଳିଆ ଗଦାରୁ ନେଇ ଯାଇଥିବା ପୋଲିସ ଦେଖିବାକୁ ପାଇଥିଲା। ଏହାପରେ ମୂଷା ଗାତ ମଧ୍ୟରୁ ସୁନ୍ଦରୀଙ୍କ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଉଦ୍ଧାର କରାଯାଇ ସୁନ୍ଦରୀଙ୍କୁ ପୋଲିସ ପ୍ରଶାସନ ଏହାକୁ ଫେରାଇ ଦେଇଛି। ବ୍ୟାଗ୍‌ ଭିତରେ ଅଳଙ୍କାର ସବୁ ସୁରକ୍ଷିତ ଥିବାବେଳେ ବଡାପାଓ ନ ଥିଲା।

Leave A Reply
instagram türk takipçi - internetten para kazanma - instagram followers- PUBG Mobile - Youtube izlenme nasıl satın alınır