ଛାମୁ ଗାଇବେ କୀ ନାହିଁ ଜନନୀ-ଜନନୀ-ଜନନୀ,ଓଡିଶା ପଚାରୁଛି ?

0
bande utkal janani song by cm
Advertisement

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରୀ କରି କୋରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ ତଥା ତାଙ୍କ ଉଦ୍ଧେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ କହିଛନ୍ତି ସମସ୍ତ ଓଡିଶା ବାସୀଙ୍କୁ । ସମସ୍ତ ଦଳଙ୍କ ସହ ଆଲୋଚନା କରି ତାରିଖ ସମୟ ଧାର୍ଯ୍ୟ କରାଯାଇଅଛି ଆସନ୍ତା ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ।

ଏହାକୁ ନେଇ ତୁମ୍ବି ତୋଫାନ ସୃଷ୍ଟି ହୋଇଛି ଓଡିଶା ଆକାଶରେ । ବୁଦ୍ଧିଜୀବି ପ୍ରଶ୍ନ କରୁଛନ୍ତି ‘ଛାମୁ’ ଗାନ କରିବେ ତ ? କରିବେ ଯଦି କେମିତି କରିବେ? ବନ୍ଦ ଅଟକଳ , ଜଣଣି,ଧନ୍ଦାବାଦ ଏହି ପରି ଭାବେ କହି କଦର୍ଥ କରିବେନିତ ରାଜ୍ୟ ସଂଗୀତକୁ ? କିଛି ଲୋକେ ଏହାକୁ ରାଜନୀତିକ ଚାଲ ତ କିଛି ସକାରାତ୍ମକ ଭାବେ ମଧ୍ୟ ନେଇଛନ୍ତି । କିନ୍ତୁ ସିଧା ଟାର୍ଗେଟ ନବୀନଙ୍କୁ କରିଛନ୍ତି ବିରୋଧୀ ନୁହଁ ବରଂ ବୁଦ୍ଧିଜୀବି !

ଆଉ ଏକ ବିବାଦର ଫର୍ଦ ମଧ୍ୟ ଯୋଡ଼ି ଯାଇଅଛି , ଏହି ସଙ୍ଗୀତକୁ ନେଇ । କାନ୍ତକବି ଶ୍ରୀ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସର୍ବପ୍ରଥମେ ୧୯୧୨ ମସିହା ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା ବାଲେଶ୍ୱରରେ । ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପରେ ଏହି ଗୀତ ବୋଲା ଯାଇଥିଲା ,ଏହି ଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ମୁଖ୍ୟ ଲକ୍ଷ ଥିଲା । ୧୯୯୦ ଦଶନ୍ଧିରେ ଏହି ଗୀତକୁ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଶିକ୍ଷାନୁଷ୍ଠାନରେ ବୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସଙ୍ଗୀତକୁ ‘ଷ୍ଟେଟ୍ ଆନ୍ଥେମ’ ଭାବେ ଘୋଷଣା କରିବାକୁ ସରକାରଙ୍କ ସ୍ଥାଣୁତା ଆଜି ଏହି ଘୋଷଣା ପରେ ପୁଣି ଜୋର ଧରିଛି । ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ଖଣ୍ଡପୀଠ ୨୦୧୯ ନଭେମ୍ବର ୧୧ତାରିଖରେ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଶ୍ରୀ ମହାପାତ୍ରଙ୍କ ଆବେଦନ ଉପରେ ୬ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇ ସମସ୍ତ ତଥ୍ୟ ହସ୍ତଗତ ହୋଇଥିଲେ ମଧ୍ୟ ଏହା ଆଜି ମଧ୍ୟ ସରକାରୀ ନଥୀ ରେ ସୀମିତ !

ମୁଖ୍ୟମନ୍ତ୍ରୀ ପ୍ରାଞ୍ଜଳ ଓଡ଼ିଆରେ ହଉ କି ଖଣ୍ଡି ଓଡ଼ିଆରେ ଗାନ କରନ୍ତୁ କିନ୍ତୁ କାନ୍ତ କବିଙ୍କ ଜାତି ପ୍ରେମର ଧାରା ଶୁଷ୍କ ନ ପଡ଼ୁ ଏହାକୁ ଉଚିତ ମାନ୍ୟତା ମିଳୁ ବିଳମ୍ବରେ ହେଲେ ମଧ୍ୟ , ଓଡିଶା କହୁଛି ଆଜି ଠିକ ସେଇ ଯୋଦ୍ଧା କଣ୍ଠରେ !

Report By : Jalendra Mohalik

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

  1. Your comment is awaiting moderation

    Thank you for the good writeup. It in fact was a leisure account it. Glance advanced to more delivered agreeable from you! However, how could we keep up a correspondence?

LEAVE A REPLY

Please enter your comment!
Please enter your name here