କୋଇଲା ଖଣି ଆବଣ୍ଟନ ମାମଲା: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥିବା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ

0
Advertisement

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସିବିଆଇକୁ ତୁରନ୍ତ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରାଯାଇଛି।

book mechanic

ଠିକ୍ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ ୨୦୧୪ ମସିହା ମାର୍ଚ୍ଚ ୨୬ ତାରିଖରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍‌ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ର ଖଣିମନ୍ତ୍ରୀ ଥିଲେ। ନବୀନଙ୍କ ଭୂମିକା ସନ୍ଦେହଜନକ ଥିବା ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ। ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ଏହି ସୂଚନା ମିଳିଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here