ଭୁବନେଶ୍ୱର; ଦିନ କେଇଟା ଭିତରେ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଚାର, ଟିକେଟ ବଣ୍ଟନ ଓ ଲଢ଼େଇକୁ ନେଇ ଆରମ୍ଭ ହୋଇଛି ରଣନୀତି। ଏହି ପରିପ୍ରେକ୍ଷୀରେ ଶାସକ ବିଜେଡି ଆଜି ବିଜେଡି ଇସ୍ତାହାର କମିଟି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
କମିଟିରେ ପାଟକୁରା ବିଧାୟକ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ନୁଯୁକ୍ତି ପାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ପଟ୍ଟନାୟକ, ମଙ୍ଗଳା କିଶାନ , ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର କମିଟି ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।
ସେହିପରି କମିଟିରେ ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ, ରବି ନନ୍ଦ ପ୍ରମୁଖ ସଦସ୍ୟ ଅଛନ୍ତି। ସେହିପରି କମିଟିରେ କିଛି ଚାଷୀ ନେତା, ମହିଳା ସ୍ୱୟଂ ସହାୟିକା ନେତ୍ରୀ ବି ସାମିଲ ଅଛନ୍ତି।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )