ଓଡ଼ିଶା ପାଇଁ ଗୌରବ: ପଥର କଟାଳିଙ୍କ ପୁଅଙ୍କ ସଫଳତା, ନାଶାର ବୈଜ୍ଞାନିକ ଭାବେ ଯୋଗଦେବେ

0
Advertisement

ଜେନାପୁର,୯।୨(ଡିଏନଏ)- ଦୃଢ ସଂକଳ୍ପ, ସ୍ଥିର ଲକ୍ଷ୍ୟ ଓ ନିରନ୍ତର ପ୍ରଚେଷ୍ଟା ଜାରି ରହିଲେ ଅସାଧ୍ୟ ବି ସାଧିତ ହୋଇଥାଏ। ଦାରିଦ୍ର୍ୟର କଷାଘାତ ମୁଖ୍ୟ ପ୍ରତିବନ୍ଧକ ହୋଇଥିଲେ ବି ତାହାକୁ ଆଦୌ ଖାତିର ନ କରି ବହୁ କଷ୍ଟରେ ଜଣେ ଆଗକୁ ବଢିପାରେ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଯାଜପୁର ଜିଲା ଧର୍ମଶାଳା ବ୍ଲକ ରାଇଛନ୍ଦା (କମାରସାହି) ଗ୍ରାମର ହେମନ୍ତ ଓଝା (୨୫)। ଆମେରିକାର ନାସାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ ସେ ସମଗ୍ର ଓଡ଼ିଶା ତଥା ଜିଲା ପାଇଁ ଗୌରବ ଆଣିଦେଇଛନ୍ତି। ହେମନ୍ତଙ୍କ ବାପା ଅର୍ଜୁନ ଓଝା ବୃତ୍ତିରେ ଜଣେ ମାଙ୍କଡ଼ା ପଥର କଟାଳି। ବହୁ ଆର୍ଥତ୍କ ଦୁରାବସ୍ଥା ସତ୍ତ୍ୱେ ସେ ଏଭଳି ସଫଳତା ହାସଲ କରିବା ନିଶ୍ଚିତ ରୂପେ ଅତ୍ୟନ୍ତ ଗର୍ବର ବିଷୟ। ମା’ବାପା, ଚାରିଭାଇ ଓ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ଇସ୍ରୋ ତାଙ୍କୁ ନାଶାର ଜଣେ କନିଷ୍ଠ ବୈଜ୍ଞାନିକ ଭାବେ ଯୋଗଦେବାକୁ ସୂଚନା ଦେବାପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ସେ ଆସନ୍ତା ୨୨ ତାରିଖରେ ଆମେରିକା ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ଧରିତ୍ରୀ ତରଫରୁ ତାଙ୍କୁ ପଚରାଯାଇଥିବା ୫ଟି ପ୍ରଶ୍ନ…

୧- ପାଠ ପଢୁଥିବା ସମୟରେ ଆପଣଙ୍କ ଲକ୍ଷ୍ୟ କ’ଣ ଥିଲା?

– ବୈଜ୍ଞାନିକ ହେବାର ନିଶା ମତେ ଖୁବ୍‌ ବିଚଳିତ କରିଥିଲା। ପଢ଼ିବା ସମୟରୁ ଜଣେ ବଡ଼ ବୈଜ୍ଞାନିକ ହେବାର ସ୍ବପ୍ନ ଦେଖୁଥିଲି।

୨- ବୈଜ୍ଞାନିକ ହେବା ପାଇଁ କାହା ଆଦର୍ଶରେ ଓ କାହିଁକି ମନ ବଳାଇଲେ?

– ବିଜ୍ଞାନ ପ୍ରତି ମୋର ଅହେତୁକ ଦୁର୍ବଳତା ଥିଲା। ବଡ଼ଭାଇ ଗୌରାଙ୍ଗ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କ ଆଦର୍ଶ ଓ ପ୍ରେରଣା ମତେ ଉର୍ଜା ଯୋଗାଉଥିଲା।

୩- କ’ଣ ନୂଆ କରିବାକୁ ଚାହାଁନ୍ତି?

– ବିଜ୍ଞାନ କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା କରିବାକୁ ଚାହେଁ। ବିଶେଷ କରି ଏଲିଏନ୍ସଙ୍କ ଅବସ୍ଥିତି ସମ୍ବନ୍ଧରେ ଜାଣିବାକୁ ଓ ଦୁନିଆକୁ ଜଣାଇବାକୁ ଚାହିଁବି।

୪- ଲକ୍ଷ୍ୟ ହାସଲ କ୍ଷେତ୍ରରେ କ’ଣ ବାଧକ ସାଜିଥିଲା?

– ଛାତ୍ରାବସ୍ଥାରେ ଆର୍ଥିକ ସମସ୍ୟା ଅଧିକ ବାଧକ ସାଜିଥିଲା।

୫- ଛାତ୍ରୀଛାତ୍ରଙ୍କୁ କ’ଣ ବର୍ତ୍ତା ଦେବାକୁ ଚାହାନ୍ତି?

– ଛାତ୍ରୀଛାତ୍ର ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ସେମାନେ ପ୍ରଥମେ ନିଜର ଏକ ଲକ୍ଷ୍ୟ ସ୍ଥିର କରନ୍ତୁ ଓ ବଡ଼ ସ୍ବପ୍ନ ଦେଖିନ୍ତୁ। ବିଜ୍ଞାନ ପ୍ରତି ଆକର୍ଷିତ ହୋଇ କଠୋର ପରିଶ୍ରମ କରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୁଅନ୍ତୁ।

ରିପୋର୍ଟ: ଅଶୋକ କୁମାର ଦାସ, ଜେନାପୁର

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here