ଚଳିତ ବର୍ଷ ଶେଷ ସୁଦ୍ଧା ଆସିବ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌-୩’

0
Advertisement

ବମ୍ବେ: ପୂର୍ବରୁ ମୁନ୍ନାଭାଇ ଏମ୍‌ବିବିଏସ୍‌ର ଦୁଇଟି ସଂସ୍କରଣ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏହାକୁ ନେଇ ଆଗାମୀ ଦିନରେ ଏହାର ତୃତୀୟ ସିକୁଏଲ୍‌ ହେବା ନେଇ କଳ୍ପନା କରାଯାଉଥିଲା। ଏପରିକି କିଛି ଦିନ ତଳେ ଅଭିନେତା ଅର୍ସଦ ଓ୍ବାର୍‌ସି ଏହାର ଘୋଷଣା କରିଥିଲେ। ମାତ୍ର #ମିଟୁ ଅଭିଯାନରେ ରାଜକୁମାର ହିରାନୀ ଛନ୍ଦି ହେବା ପରେ ଫିଲ୍ମ ନିର୍ମାଣ ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ଏବେ ଏହା ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ଫିଲ୍ମନିର୍ମାତା ବିଧୁ ବିନୋଦ ଚୋପ୍ରା। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପରଦାକୁ ଆସିବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚୋପ୍ରା କହିଛନ୍ତି, ‘ମୁନ୍ନା ଭାଇ ଏମ୍‌ିବିବିଏସ୍‌-୩’ କରିବା ନିମନ୍ତେ ଭଲ ସ୍କ୍ରିପ୍ଟ ମିଳିସାରିଛି। ଏଥିଯୋଗୁ ଏହାର ଶୁଟିଂ ଖୁବ୍‌ ଶୀଘ୍ର କରାଯିବାର ଯୋଜନା କରାଯାଉଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here