“ମୋଦି ଗୋ ବ୍ୟାକ” ନାରା ବନାମ ଜନମତ

0
Advertisement

ନିର୍ବାଚନ ଯେତେ ପାଖେଇଆସୁଛି ସେତେ ସାଧାରଣ ଜନତା ତାଙ୍କର ଅଧିକାରକୁ ଦୃଢ କରିବାରେ ଅଣ୍ଟା ଭିଡୁଛନ୍ତି | ଏବେ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ବିଭିନ୍ନ ସହରରେ ମଧ୍ୟ ଗୋଟେ ସ୍ଲୋଗାନ ଚର୍ଚାରେ ରହିଛି “ମୋଦି ଗୋ ବ୍ୟାକ” ସିଧା ସଳଖ ଭାବେ ଲୋକେ ମୋଦିଙ୍କ କାର୍ୟକଳାପକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି |ବିଶେଷକରି ଭାରତର ଦକ୍ଷିଣ ଭାଗ ଏବଂ ପଞ୍ଜାବ ରେ ଅସନ୍ତୋଷର ମାତ୍ରା ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ମୋଦିଙ୍କ ଲୋକପ୍ରିୟତା ସାରା ଭାରତରେ କମିବାରେ ଲାଗିଛି |
ଏକ ସର୍ଭେ ମୁତାବକ ଭାରତରେ ୫୪୩ ଲୋକସଭା ଆସନରେ ୬୦୦୦୦ ଲୋକଙ୍କୁ ନେଇ କରିଯାଇଥିଲା |ଏଥିରୁ ଯାହା ସ୍ପଷ୍ଠ ଚିତ୍ର ମିଳେକି ଦକ୍ଷିଣ ଭାରତ ଏବଂ ପଂଜାବରେ ଲୋକେ ବିଶେଷ ଭାବେ ମୋଦିଙ୍କୁ ନାପସନ୍ଦ କରୁଥିବା ବେଳେ ଝାରଖଣ୍ଡ,ରାଜସ୍ଥାନ,ଗୋଆ,ହରିଆଣା ର ଲୋକେ ଯଥାକ୍ରମେ ୭୪%,୬୮.୩%,୬୬%,୬୫.୯% ଶତକଡା ମତଦାତା ମୋଦିଙ୍କ କାର୍ଯ୍ୟକଳାପ ଉପରେ ଖୁସି ଅଛନ୍ତି |
ଦକ୍ଷିଣ ଭାରତରେ ତଥା ତାମିଲନାଡୁ ରେ ସାଧାରଣ ମତଦାତାଙ୍କ ଅନୁସାରେ ସେଠାରେ ୨.୨% ଲୋକେ ମୋଦିଙ୍କୁ ପସନ୍ଦ କରନ୍ତି,ସେହିପରିଭାବେ କେରଳ ରେ ୭.୭%,ଆନ୍ଧ୍ରପ୍ରଦେଶରେ ୨୩.୬%,କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ୧୦.୭% ଲୋକେ ମୋଦିଙ୍କ କାର୍ଯ୍ୟକଳାପ କୁ ନେଇ ଖୁଶିବ୍ୟକ୍ତ କରିଛନ୍ତି | ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ଅପେକ୍ଷାକୃତ ଅଧିକ ୩୭.୭% ଓ ୩୮.୪% ରହିଛଇ ଲୋକଙ୍କ ମତ ମୋଦିଙ୍କ ସପକ୍ଷରେ ରହିଛି |
ସେହିପରିଭାବେ ଉତର ଭାରତ ରେ ପଞ୍ଜାଵ ରେ ୧୨% ଥିବାବେଳେ ମୋଦିଙ୍କ ନିଜ ନିର୍ବଚନୀ ସ୍ଥାନ ଉତ୍ତରପ୍ରଦେଶରେ ମୋଦି ଜନ ଆକ୍ରୋଶରେ ଶିକାର ହେବାରେ ଦେଖିବାକୁ ମିଳିଛି,ସେଠାରେ ୪୩.୯% ଲୋକେ ମୋଦିଙ୍କ ଉପରେ ଖୁସି ଅଛନ୍ତି |
ଉପକୂଳ ଭାରତ ତଥା ଓଡିଶା ଏବଂ ପଶ୍ଚିମବଙ୍ଗ ଠାରେ ଆଶାତୀତ ଲୋକପ୍ରିୟତା ମୋଦିଙ୍କର ରହିଛି ପଶ୍ଚିମ ବଙ୍ଗ ରେ ୪୩.୨ % ଥିବା ବେଳେ ଓଡ଼ିଶାରେ ୬୨.୫% ଲୋକପ୍ରିୟତା ମୋଦିଙ୍କର ରହିଥିବା ଏହି ସର୍ଭେ ମାଧ୍ୟମରେ ଜଣାପଡ଼ିଛି |


ଉକ୍ତ ସର୍ଭେ ଦ୍ୱାରା ଯାହା ଜାଣିବାକୁ ମିଳିଛିକି ଯଉଁଠାରେ ହିନ୍ଦୀ ଭାଷାଭାଷୀ ଲୋକେ ଅଧିକ ରହିଛନ୍ତି ସେଠାରେ ମୋଦିଙ୍କ ଲୋକପ୍ରିୟତା ଅଧିକ ଥିବାବେଳେ ଯେଉଁଠି ହିନ୍ଦୀଭାଷୀ ଲୋକେ ଲୋକେ ନାହାନ୍ତି ସେଠାରେ ଲୋକପ୍ରିୟତା କମ ବୋଲି ଜାଣିବାକୁ ମିଳିଛି ଏହିଭଳି ସ୍ତିତିରେ ମୋଦିଙ୍କର ଏହିସନ ନିର୍ବାଚନ ରଣାଙ୍ଗନରେ ଗଙ୍ଗା ପାରି ହୋଇପାରିବେ କି ନା ନିର୍ବାଚନ ଫଳାଫଳହିଁ ଏହାର ଉପଯୁକ୍ତ ଜବାବ ଦେଇପାରିବ |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here