ନ୍ୟୁନ ଏବଂ ମଧ୍ୟମ ଆୟବର୍ଗ ଦେଶର ଯୁବା ଅଧିକ ଆଶାବାଦୀ,ବୟସ୍କଙ୍କ ଠାରୁ ?

0
Advertisement

ନ୍ୟୁନ ଏବଂ ମଧ୍ୟମ ଆୟବର୍ଗ ଦେଶର ଯୁବା ଅଧିକ ଆଶାବାଦୀ ବୟସ୍କଙ୍କ ମାନଙ୍କ ଠାରୁ,ଆଜି ଏଭଳି ଏକ ତଥ୍ୟ ପ୍ରକାଶ ପାଇଛି ଏକ ଅଗ୍ରଣୀ ସର୍ବେକ୍ଷଣ ସଂସ୍ଥା “ଦ ବିଲ ଆଣ୍ଡ ମାନିଲା ଗେଟସ ଫାଉଣ୍ଡେସନ”ର ଆନ୍ତର୍ଜାତିକ ପୁଲ ମାଧ୍ୟ୍ୟମରେ | ଏହି ସର୍ବେକ୍ଷଣ ରେ ବିଶ୍ୱର ୧୫ଟି ଦେଶ ମାନଙ୍କୁ ନେଇ କରାଯାଇଥିଲା | ବ୍ୟକ୍ତିଗତ ଜୀବନ,ନିଜସ୍ୱ ସମୁଦାୟକୁ ନେଇ ଆହ୍ୱାନ ଏବଂ ଦେଶ ବିକାଶର ବିଭିନ୍ନ ଦିଗକୁ ନେଇ ୧୨ ରୁ ୨୪ ବର୍ଷର ଯୁବା ଏବଂ ତଦୁର୍ଦ୍ଧ ମାନଙ୍କଠାରୁ ମତାମତ ଲୋଡାଯାଇଥିଲା | ଏହି ସର୍ବେକ୍ଷଣ ବିଶ୍ୱର ଉଚ୍ଛାୟବର୍ଗ(ବ୍ରିଟେନ,ଜର୍ମାନ,ଆମେରିକା,ଅଷ୍ଟ୍ରେଲିଆ,ଫ୍ରାନ୍ସ,ସାଉଦ-ଆରବ,ସ୍ୱିଡ଼େନ) ଓ ନ୍ୟୁନ ଏବଂ ମଧ୍ୟମ ଆୟ ବର୍ଗ ଦେଶ(ବ୍ରାଜିଲ,ଚାଇନା,ଭାରତ,ଇଣ୍ଡୋନେସିଆ,କେନିଆ,ମେକ୍ସକୋ,ନାଇଜେରିଆ,ରୁଷିଆ)ର ୪୦,୦୦୦ ମତାଧାରୀଙ୍କ ସହାୟତାର କରାଯାଇଥିଲା |
ଏହି ସର୍ବେକ୍ଷଣରୁ ଜଣାଯାଇଛିକିଯେ ଯୁବକ ମାନେ ଅଧିକ ଆଶାବାଦୀ ନିଜର ଭବିଷ୍ୟତକୁ ,ଦେଶର ଭବିଷ୍ୟତ ଏବଂ ବିଶ୍ୱର ଭବିଷ୍ୟତକୁ ନେଇ,ବୟସ୍କଙ୍କ ଠାରୁ | ନ୍ୟୁନ ଏବଂ ମଧ୍ୟମ ଆୟବର୍ଗ ଦେଶମାଙ୍କର ଯୁବକମାନେ ଅଧିକ ଆଶାବାଦୀ ବୋଲି ଜଣାଯାଇଛି ବିକଶିତ ରାଷ୍ଟ୍ରର ଉଚ୍ଛାୟବର୍ଗଙ୍କ ଅପେକ୍ଷା | ସେମାନଙ୍କ ମତରେ ବୟସ୍କଙ୍କ ଠାରୁ ସେମାନେ ଅଧିକ ପାରଦର୍ଶିତା ଦେଖାଇ ପାରିବେ ଶାସନ ବ୍ୟବସ୍ଥାରେ,ଦେଶ ପରିଚାଳନା ଦିଗରେ | ୨୦୦୦ ମସିହାରୁ ଆଜିଯାଏ ଅଳ୍ପଆୟ ଦେଶମାନଙ୍କରେ ୨ବିଲିୟନ ଗରିବୀ କମିଛି | ଯୁବକମାନେ ନିଜକୁ ଶିକ୍ଷା,ସ୍ୱାସ୍ଥ୍ୟ,ଗବେଷଣା,ଉଦ୍ଭାବନ କ୍ଷେତ୍ରରେ ନିଜକୁ ନିୟୋଜିତ କରୁଛନ୍ତି |

“ଆମ୍ଭ ପିଢ଼ି ଅଧିକ ସକାରାତ୍ମକ ପ୍ରଭାବ ବିଶ୍ୱଉପରେ ପେକଇ ପାରିବ ପୂର୍ବ ପିଢ଼ିଠାରୁ “ ଏହି ଉକ୍ତିକୁ ନ୍ୟୁନ ଏବଂ ମାଧ୍ୟମ ଆୟବର୍ଗ ଦେଶର ଯୁବକମାନେ ୬୩% ପ୍ରତିଶତ ରାଜି ଥିବାବେଳେ,ଉଚ୍ଚଆୟବର୍ଗ ଦେଶମାନେ ୩୯% ପ୍ରତିଶତ ରାଜିଅଛନ୍ତି | ସେହିପରିଭାବେ ଉଚ୍ଚଆୟବର୍ଗ ଦେଶମାଙ୍କର ଯୁବାମାନେ ବିଶ୍ୱ ଲକ୍ଷମୁତାବକ ଗରିବୀ ହଟେଇବା ଉପରେ 29%,ଶିକ୍ଷାର ମାନ ବଡ଼ାଇବା ଦିଗରେ ୨୧%,ପର୍ଯାବରଣ ସୁରକ୍ଷା ଦିଗରେ ୨୪%,ତିକ୍ତତା କମାଇବା ଦିଗରେ ୨୧% ନିଜର ସକାରତ୍ମକ ଭୂମିକା ତୁଲେଇବେ ବୋଲି ମତପୋଷଣ କରିଛନ୍ତି | ନ୍ୟୁନ ଏବଂ ମାଧ୍ୟମ ଆୟବର୍ଗ ଦେଶର ଯୁବାମାନେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ୪୧%,ଗରିବୀ ସମାଧାନ ଉପରେ ୩୭%,ନିଯୁକ୍ତି ବଢାଇବା କ୍ଷେତ୍ରରେ ୩୨% ନିଜର ସହଭାଗିତା କୁ ବଜାୟ ରଖିପାରିବେ ଯଦି ସେମାନଙ୍କୁ ସୁଯୋଗ ଦିଆଯାଏ,ଆଶାପୋଷଣ କରିଛନ୍ତି |
“ଜୀବନ ଅଧିକ ଭଲ, ପୁଅ ଥଥା ପୁରୁଷଙ୍କଠାରେ,ନାରୀ ତଥା ଝିଅଙ୍କ ତୁଳନାରେ” ଏହି ଉକ୍ତିକୁ ନ୍ୟୁନ ଏବଂ ମାଧ୍ୟମ ଆୟବର୍ଗ ଦେଶର ପୁରୁଷମାନେ ୪୩% ଗ୍ରହଣ କରିଥିବାବେଳେ,ମହିଳାମାନେ ୪୫% ମତପୋଷଣ କରିଛନ୍ତି | ସେହିପରିଭାବେ ଉଚ୍ଚଆୟବର୍ଗ ଦେଶମାଙ୍କରେ ଏହି ଉକ୍ତି ସପକ୍ଷରେ ମହିଳାମାନେ ୪୯%,ମତପୋଷଣ କରୁଥିବାବେଳେ ପୁରୁଷ ୩୭% |ଏଭଳି ତଥ୍ୟ ହସ୍ତଗତ ହୋଇଛି ଏହି ସର୍ବେକ୍ଷଣରୁ ,ଯୁବକମାନେ ସୁଯୋଗ ଅପେକ୍ଷା ରେ ଅଛନ୍ତି ନିଜର ପାରଦର୍ଶିତାକୁ ବିଶ୍ୱ ଆଗରେ ପ୍ରକଟ କରିବାପାଇଁ !ଯାହା ବିଶ୍ୱର ପ୍ରଗତିପାଇଁ ନିଶ୍ଚେ ଏକ ସୁସଙ୍କେତ |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here