ଖାଇବା ପିଇବାରେ ଭାରତ ଅନ୍ୟ ଦେଶଠାରୁ ସବୁଠାରୁ ଭିନ୍ନ। ଭାରତରେ ଯେତେସବୁ ପ୍ରକାରର ଖାଦ୍ୟ ମିଳିଥାଏ, ତାହା ଅନ୍ୟ କେଉଁ ଦେଶରେ ମିଳି ନ ଥାଏ। ସେଇଥିପାଇଁ ତ ସ୍ବାଦିଷ୍ଠ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ପାଇଁ ବିଶ୍ୱର ସବୁ ଲୋକ ଭାରତକୁ ପସନ୍ଦ କରିଥାନ୍ତି। ହେଲେ ଭାରତରେ ମିଳୁଥିବା ଏମିତି କିଛି ସ୍ବାଦିଷ୍ଠ ଖାଦ୍ୟ ରହିଛି, ଯାହାକୁ ବିଦେଶରେ ନିଷିଦ୍ଧ କରାଯାଇଛି…
ଏସିଆର ମହୁ: ମଣିଷ ଶରୀର ପାଇଁ ସବୁଠାରୁ ଉପକାରୀ ମହୁ। ହେଲେ ଏସିଆରେ ପ୍ରସ୍ତୁତ ମହୁ ରୋଗର ଗନ୍ତାଘର ବୋଲି କୁହାଯାଏ। ଏସିଆର ମହୁରେ ହାନିକାରକ ଆଣ୍ଟିବାୟୋଟିକ୍ସ ଏବଂ ବହୁ କ୍ଷତିକାରକ ଧାତୁ ରହିଥାଏ। ଏଥିପାଇଁ ଏସିଆର ମହୁକୁ ୟୁରୋପରେ ନିଷିଦ୍ଧ କରାଯାଇଛି।
ରେଡ୍ ବୁଲ: ରେଡ୍ବୁଲ୍ ପିଇବା ଦ୍ୱାରା ହାର୍ଟ ରୋଗ, ଦୁଶ୍ଚିନ୍ତା, ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଦେଇଥାଏ। ତେଣୁ ଏହାକୁ ଫ୍ରାନ୍ସ ଏବଂ ଡେନ୍ମାର୍କରେ ବ୍ୟାନ୍ କରାଯାଇଛି। ସେହିପରି ଲିଥୁଆନିଆରେ ୧୮ ବର୍ଷରୁ କମ୍ ବୟସ୍କମାନଙ୍କୁ ଏହା ପିଇବା ମନା। ମାତ୍ର ଭାରତରେ ଏହାର ଚାହିଦା ରହିଛି।
କେଚ୍ଅପ୍: ଭାରତରେ କେଚ୍ଅପ୍ର ଚାହିଦା ସବୁଠାରୁ ଅଧିକ। ଖାସ୍କରି ଛୋଟ ପିଲାମାନେ ଏହାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହାକୁ ଖାଇବା ଦ୍ୱାରା ପାରମ୍ପରିକ ଭୋଜନକୁ ଲୋକେ ଭୁଲି ଯାଉଥିବାରୁ ଫ୍ରାନ୍ସରେ ଏହାକୁ ବ୍ୟାନ୍ କରାଯାଇଛି।
ଜେଲି ମିଠା: ଭାରତରେ ଜେଲି ଚକୋଲେଟ୍ ଏବଂ ମିଠାକୁ ଅଧିକାଂଶ ଲୋକେ ପସନ୍ଦ କରିଥା’ନ୍ତି। ଏହାକୁ ତିଆରି କରିବା ପାଇଁ କୋଞ୍ଜାକ ନାମକ ଏକ ପଦାର୍ଥ ବ୍ୟବହାର ହୋଇଥଏ; ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ। ତେଣୁ ବ୍ରିଟେନ୍ ଏବଂ ୟୁରୋପର ଅଧିକାଂଶ ସ୍ଥାନରେ ଏହାକୁ ବ୍ୟାନ୍ କରାଯାଇଛି। ଭାରତ ପରି ଜାପାନରେ ମଧ୍ୟ ଏହାର ବହୁତ ଚାହିଦା ରହିଛି।
କିଣ୍ଡରଜଏ: ଛୋଟ ପିଲାମାନେ ଚକୋଲେଟ୍ ଭିତରେ କିଣ୍ଡରଜଏକୁ ବେସି ପସନ୍ଦ କରିଥାଆନ୍ତି। ମାତ୍ର ଏଥିରେ ଏପରି ଏକ ତତ୍ତ୍ୱ ରହିଛି, ଯାହାକି ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ବୋଲି ଆମେରିକା ମାନିଥାଏ। ତେଣୁ ଆମେରିକାରେ ଏହାକୁ ବ୍ୟାନ୍ କରାଯାଇଛି।
ପାଶ୍ଚରାଇଜଡ୍ କ୍ଷୀର: ପାଶ୍ଚରାଇଜଡ୍ ବା ପ୍ୟାକ୍ ହୋଇଥିବା ଫୁଟା କ୍ଷୀରରେ ଶରୀର ପାଇଁ କ୍ଷତିକାରକ। ତେଣୁ ଏହାକୁ ଆମେରିକା ଏବଂ କାନାଡ଼ାରେ ବ୍ୟାନ୍ କରାଯାଇଛି। ମାତ୍ର ଭାରତରେ ଏହି କ୍ଷୀରର ଚାହିଦା ଅଧିକ।


dating sites for over 50
dating sites for over 50