ଛାତ୍ର କଂଗ୍ରେସ ପ୍ରତି ଅବହେଳା | ମେୟର ଙ୍କ ଷଡଯନ୍ତ୍ର ରେ ଇତିଶ ପଡିବେ ବଳି

0
itish pradhan
Advertisement

ଆଜି ଏକ ବିଶେଷ ସୂତ୍ରରୁ ଖବର ମିଳିଛି ମେୟରଙ୍କ ଷଡଯନ୍ତ୍ର ପାଇଁ ବଳି ପଡି ପାରନ୍ତି ଇତିଶ | ସେ ଦୀର୍ଘଦିନ ଧରି ଛାତ୍ର ମାନଙ୍କ ହକ ପାଇଁ ଲାଡେଇ କରି ଆସିଛନ୍ତି | ତାଙ୍କ ଆନ୍ଦୋଳନରେ ବଡ ବଡ ନେତା ଙ୍କ ପଦବୀ ବି ଯାଇଛି | ଛାତ୍ର ମାନଙ୍କର ହୃଦୟ ଜିତି ପାରିଥିବା ଏହି ନେତା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଇଛୁକ ଅଛନ୍ତି | ସେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଛନ୍ତି | ଉତ୍ତର ନିର୍ବାଚନ ମଣ୍ଡଳୀ ର ଲୋକ ମାନେ ଏଭଳି ଏକ ଲଢୁଆ ନେତା ଙ୍କୁ ପାଇ ବହୁତ ଖୁସି ଅଛନ୍ତି | ଭୁବନେଶ୍ୱର ର ମେୟର ବିଜେଡି ଟିକେଟ ରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଲଢ଼ିବାର ଥିବାରୁ – ଇତିଶ ଏବଂ ଅନନ୍ତ ଜେନା ଙ୍କ ମଧ୍ୟରେ ଲାଡେଇ ଜୋର ଦର ହେବ ବୋଲି ଲୋକମାନେ ଚର୍ଚ୍ଚା କରୁଛନ୍ତି | କାରଣ ସେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ରିଷି ମୃତ୍ୟୁ ପାଇଁ ସ୍ୱର ଉତ୍ତାଳନ କରି ଲୋକ ମାନଙ୍କର ପ୍ରିୟ ହୋଇଥିଲେ | କିନ୍ତୁ ମିଳିଥିବା ଖବର ଅନୁଯାୟୀ ମେୟର ଲଢ଼ିବା କଥା ସାମ୍ନାକୁ ଆସିବା ପରେ କଂଗ୍ରେସ ର ଟିକେଟ ବଦଳା ଯାଉଛି | ଏହା ପୂର୍ବତନ ମେୟରଙ୍କ ଷଡଯନ୍ତ୍ର ବୋଲି ଇତିଶଙ୍କ ସମର୍ଥକ ମାନେ କହିଛନ୍ତି ଯାହା ଇତିଶ ଙ୍କ ପ୍ରତି ଅନ୍ୟୟ |

book mechanic

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here