ଚିନ୍ତାରେ ପ୍ରସାଦ ଏବଂ ସୁର ! ଯେକୌଣସି ମୁହୂର୍ତ ରେ ହୋଇପାରେ ଆକ୍ରମଣ .

0
itish pradhan congress odisha
Advertisement

ଭୁବନେଶ୍ୱର : ପିସିସି ସଭାପତି ପ୍ରସାଦ ହରିଚନ୍ଦନକଂ ଜୀବନ ପ୍ରତି ବିପଦ ଆଶଙ୍କା . ଯେ କୌଣସି ସମୟରେ ତାଙ୍କ ଉପରେ ହୋଇପାରେ ଆକ୍ରମଣ . ବିରୋଧୀ ଗୋଷ୍ଟି ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇ କଂଗ୍ରେସ ଭବନ ଦଖଲ ଯୋଜନା ରହିଛି . ଏହା କୌଣସି ଗପ ନୁହେ ସ୍ପେସାଲ ବ୍ରାଞ୍ଚ ଏଭଳି ସତର୍କବାଣୀ କରି ଆଇନଶୃଙ୍ଖଳା ରକ୍ଷା ପାଇଁ ଭୁବନେଶ୍ୱର ଡ଼ିସିପିକୁଂ ଚିଠି ଲେଖି ଜଣାଇଦେଇଛି .ଅତୀତ ରେ ଓଡିଶା କଂଗ୍ରେସ ରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା .ପିସିସି ସଭାପତିକୁଂ ଜବରଦସ୍ତ କ୍ଷମତାରୁ ହଟାଇବା ଘଟଣା ସାରା ଭାରତ କଂଗ୍ରେସ ଇତିହାସରେ ପ୍ରଥମ ହେଵ. ତେଣୁ କାଳେ କିଏ କଂଗ୍ରେସ ଭବନରେ ପଶି ଆକ୍ରମଣ କରିଦେବ ସେଥିପାଇଁ ଉଭୟ ପ୍ରସାଦ ଓ ସୁର ଚିନ୍ତାରେ .କାରଣ ବିରୋଧୀ ଗୋଷ୍ଟିର ପତିଆରା ଅଧିକ .ଏହାର ନେତା ନିରଞ୍ଜନ .ତାଙ୍କ ପକ୍ଷରେ ତାର,ଯୋଗେଶ କଂ ସହ ୧୦ରୁ ଅଧିକ ବିଧାୟକ ଓ ବହୁ ବାହୁବଳୀ ଅଛନ୍ତି . ମୁଖ୍ୟତ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ପ୍ରସାଦ ଗୋଷ୍ଟିପାଇଁ ଚିନ୍ତାର ବିଷୟ. କାରଣ ଯଦି ଆକ୍ରମଣ ହୁଏ ଇତିଶ ହିଁ ମୁଖ୍ୟ ଭୁମିକା ନେବେ.ତେଣୁ ପ୍ରସାଦ କଂର କିଛି ପାଖଲୋକ ଇତିଶକଂ ପାଖକୁ ଆସି ବୁଝାଇବାକୁ ଚେଷ୍ଟା କରୁଥିବା ଏକ ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି. ତେଣୁ ଓଡିଶା ରାଜନୀତିରେ କଂଗ୍ରେସର ଏହି ନାଟକ ଚିନ୍ତାର ବିଷୟ ହୋଇଛି .

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

  1. Your comment is awaiting moderation

    Very nice post. I just stumbled upon your blog and wished to say that I have really enjoyed surfing around your blog posts. After all I will be subscribing to your rss feed and I hope you write again soon!

LEAVE A REPLY

Please enter your comment!
Please enter your name here