ଦାମଙ୍କୁ ହୋଇଛି ସିଜୋଫ୍ରିନିଆ ରୋଗ ? : ଔଷଧ ମିଳୁନାହିଁ

0
Advertisement

ସିଜୋଫ୍ରିନିଆ ଏକ ଏମିତି ରୋଗ ଜାହାର ଉପଚାର ଭାରି କଷ୍ଟକର ବିଶେଷଜ୍ଞଙ୍କ ପକ୍ଷରେ । ଏହି ରୋଗ ସାଧାରଣଃତ ମାନଷିକ ଦୁଃଶ୍ଛିନ୍ତା ଜନିତ କାରଣରୁ ହୋଇଥାଏ । ଏହା ଭାବନା,ଆବେଗ ଓ କାର୍ଯ୍ୟଭିତରେ ବିଷମତା ଆଣୁଥିବା ମାନଷିକ ରୋଗ । ଦାମଙ୍କୁ ଏହା ଦୀର୍ଘ ୨ବର୍ଷହେବ ହେଲାଣି । ଯେମିତି ଭାବେ ରାଜ୍ୟ ରାଜନୀତିରେ ଅମଲାରାଜ ଚାଲିଛି ଖାଲି ଦାମଙ୍କୁ ନୁହେଁ ବହୁ ନେତାଙ୍କୁ ହେଲାଣି କିନ୍ତୁ କେହି ଛାମୁଙ୍କ ଆଗରେ ମୁହଁ ଖୋଲିବାକୁ ନାରାଜ! ସମସ୍ତଙ୍କୁ ଘାରିଛି ଚୌକି ଭୟ, ତୁଣ୍ଡ ଖୋଲିଲେ ମୁଣ୍ଡ ଗଡିବ । ଏବଂ ନିକଟରେ ନବୀନଙ୍କ ଅତି ପ୍ରିୟ ବୈଜୟନ୍ତ ପଣ୍ଡା ତୁଣ୍ଡ ଖୋଲିଲେ ଗଲେ,ଏବେ ଦାମ ଗଲେ । ଅମଲା ମାନଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ଜଣେପରେ ଜଣେ ଅଭିଜ୍ଞ ରାଜନେତା ରାଜନୀତିରୁ ଦୁରେଇବାକୁ ବସିଲେଣି । ଅମଲା ମାନଙ୍କୁ ଏବେ ବଟି ଆଦାୟ ଦାଇତ୍ୱ ଦିଆଯାଇଛି ଦଳପକ୍ଷରୁ !ନେତାମାନଙ୍କୁ କୌଣଷି କଥାକୁ ଶୁଣା ଯାଉନି,ସବୁ କଥାରେ,ଆସ୍କ ମିଷ୍ଟର ପାଣ୍ଡିଆନ ।
ଚାରା,ଓମଫେଡ,ଚିଟଫଣ୍ଡ,ସମବାୟ,କୋଇଲା,ପଥର ଆଦି ଅନେକ ଗୁରୁତ୍ୱର ଦୁର୍ନିତି ସହ ଜଡିତ ବିଜେଡି ସରକାର ଅଭିଜ୍ଞ ମାନଙ୍କୁ ବିଦାକରି ଚଳାଇଛନ୍ତି ଅରାଜକତା । ଶିକ୍ଷା,ସ୍ୱାସ୍ଥ୍ୟ,ପରିମଳ କ୍ଷେତ୍ରରେ ସରକାର ସଂପୁର୍ଣ ବିଫଳ ହୋଇଥିଲେ ମଧ୍ୟ ଖାଲି ଡେଙ୍ଗୁରାରେ ଚାଲିଛି ସରକାର । ଆଉ ଜିଏ ମୁହଁ ଖୋଲିଲା କରାଯାଉଛି ତାଙ୍କୁ ବହିଷ୍କାର । ରାଜ୍ୟର ଏଭଳି ଘଡିଷନ୍ଦି ମୁହୁର୍ତରେ ବିରୋଧୀ ଏହାକୁ ଠିକସେ ଉପସ୍ଥାପିତ କରିପାରୁନଥିବା ବେଳେ,ବିଜେଡି ନିଜର ଚତୁରତା ଦେଖାଇଚାଲିଛି !
ସିଜୋଫ୍ରିନିଆ ରୋଗର ଉପଚାର ଖୋଜିବାରେ ଦାମ ବ୍ୟସ୍ଥ ଅଛନ୍ତି । ସମସ୍ତ ବିତାଡିତ ତଥା ଅସନ୍ତୁଷ୍ଟ ନେତା ବୈଜୟନ୍ତ ପଣ୍ଡା,ବିଜୟ ମହାପାତ୍ର,ଦାମ ରାଉତ,ଖାରବେଳ ସ୍ୱାଇଁ ଭଳି ଅଭିଜ୍ଞ ତଥା ଅନୁଭବୀ ନେତାମାନେ ଯଦି ଏକାଠି ହୋଇପାରିବେ ତାହେଲେ ରାଜ୍ୟ ଏକ ଉଚିତ ନେତୃତ୍ୱ ପାଇବାସହ ପ୍ରଗତିପଥରେ ଅଗ୍ରସର ହୋଇପାରିବ । ଏହା ସହ ଦାମଙ୍କ ରୋଗ ମଧ୍ୟ ଭଲ ହୋଇଜିବାର ସମ୍ଭାବନାକୁ ଅଡେଇହେବନାହିଁି ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here