ନିର୍ବାଚନ ହାରିବା ଭୟରେ ଦାଦାଗିରି ପନ୍ଥା ଆପଣେଇଛନ୍ତି ବିଧାୟକ:ସାମ୍ବାଦିକଙ୍କୁ ମାଡ଼!

0
Advertisement

ସୋରୋ:- ସୋରରେ ଆଇନ ଶଙ୍ଖଳା ପରିସ୍ଥିତିକୁ ସମ୍ପୂର୍ଣ ବେଖାତିର କରି ଅଳ୍ପ କିଛିଦିନ ହେବ ସୋରୋ ବିଧାୟକ ଏବଂ ତାଙ୍କ କିଛି ଚାଟୁକାର ସମର୍ଥକ ଗୁଣ୍ଡାଗିରି ପନ୍ଥାକୁ ଆପଣେଇନେଇଛନ୍ତି | ବିଧାୟକଙ୍କ ନାମରେ ଦିନକୁ ଦିନ ଛନ୍ଦି ହେଇଯାଉଛି ବିବାଦର ବରଣ ମାଳା | ଜାତିଗତ ମିଥ୍ୟା ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦର୍ଶାଇଥବା ମାମଲା କୋର୍ଟରେ ଚାଲିଥିବାବେଳେ,ଭିନ୍ନ ଭିନ୍ନ ମହିଳାଙ୍କୁ ଅସଦାଚରଣର ଅଭିଯୋଗ ଆଣିଛନ୍ତି ତାଙ୍କ ନିଜର ଡ୍ରାଇଭର,ଅବଶ୍ୟ ସେ ପ୍ରମାଣ ଅଭାବରୁ ଏବେ ଜେଲରେ ଅଛନ୍ତି | ସେହିପରିଭାବେ କେବଳ ଶିଳାନ୍ୟାସରେ ବିଧାୟକ ସିଦ୍ଧହସ୍ତ ଏବଂ ଫଳାଫଳରେ ସୁନ ଏହା ଆଉ କାହାକୁ ଅଛପା ନାହିଁ | ଲୋକେ କହୁଛନ୍ତି ସୋରରେ ଓଭର ବ୍ରିଜ ନୁହେଁତ ସୁନା କଳସ ଛିଡିଛି ବିଧାୟକଙ୍କ ମୁଣ୍ଡରେ,ଶୁଣିବାକୁ ମିଳୁଛି ବହୁତ ଉପହାର ମିଳିଛି ସାରଙ୍କୁ କମ୍ପାନୀ ତରଫରୁ | ବ୍ରିଜର ହୋଇଥିବା ଆକଳନ ଠାରୁ ୪୫ପ୍ରତିଶତରୁ ଅଧିକ ଖର୍ଚ ହୋଇଛି ଆର.ଟି.ଆଇ ମୁତାବକ ମାନେ ୨୮କୋଟିରୁ ଅଧିକ ଟଙ୍କାର ବଳକା ବିଲ କରାଯାଇଛି | ଜଣାପଡିବା ଖାଲି ବାକିଅଚ୍ଛି,କିଛି ସମାଜସେବୀ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ମଧ୍ୟ କରିବେ ଯାହା ଗୁପ୍ତ ସୂଚନା ମୁତାବକ | ଜଣେ ଜଣେ ସରକାରୀ ଅଧିକାରୀ ମାସକୁ ହାତଗୁଞ୍ଜା ୧ଲକ୍ଷ ଭଳି ଦେଉଥିବା ସାଧାରଣରେ ଚର୍ଚାହେଉଛି |ଏମିତି କଣ ଚୋରା କାରବାର ଚାଲିଛିକି ଯଉଁଥିପାଇଁ ଏତେ ବଡ ରକମର ହାତଗୁଂଜା ଦେବାକୁ ପଡୁଛି ଏହାମଧ୍ୟ ରହସ୍ୟ ଘେରାମଧ୍ୟରେ|

ପ୍ରଥମେ ସରକାରୀ ଅଫିସରେ ଦାଦାଗିରି ପରେ ସାମ୍ବାଦିକଙ୍କୁ ମାଡ଼ ଏହି ଘଟଣାରୁ ସମ୍ପୂର୍ଣ ଉଧୃତକି ବିଧାୟକ ନିଜ ଉପରୁ ସମ୍ପୂର୍ଣ ନିୟନ୍ତ୍ରଣ ହାରଇ ବସିଛନ୍ତି | ବିଜେଡିର ଦଳୀୟ ସୂତ୍ରରୁ ଯାହା ପ୍ରକାଶକି ବିଜୁ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନରେ ଅନିୟମିତତା କରିଛି କୃଷି ବିଭାଗ,ହିତାଧିକାରୀଙ୍କଠୁ ନେଇଛି ୧୦୦ ଟଙ୍କା ଲେଖାଏ ଏବଂ ଦଲାଲ ମାଧ୍ୟମରେ ବଣ୍ଟନ କରାଯାଇଛି ଏହିଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିଧାୟକ ଶ୍ରୀ ଧଡ଼ା | ଜିଲ୍ଲାପାଳଙ୍କ ଚିଠି ନମ୍ବର ୧୨୩/୨୨.୦୯.୧୮ ମୁତାବକ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ପାଇଁ ପୌରପାଳିକାକୁ ଚିଠି କରାଯାଇଥିଲା | ଚିଠିମୁତାବକ ୩ଟି କଂଗ୍ରେସ ୱାର୍ଡ,୩ଟି ବିଜେପି ୱାର୍ଡ,୧ଟି ବିଜେପି ୱାର୍ଡରେ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପସ୍ତିତିରେ ଆବଣ୍ଟନ କରାଯାଇଥିଲା ଏବଂ ପର୍ଯ୍ୟାୟ କ୍ରମେ ସମସ୍ତ ୱାର୍ଡରେ ବଣ୍ଟାହେବାର ଦିନ ଓ ସମୟ ନିର୍ଘଣ୍ଟ ହୋଇଥିଲା |

ବିଧାୟକଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି ପୌରପାଳିକା ଅଧକ୍ଷା ମତ ରଖିଛନ୍ତି,କହିଛନ୍ତି ବିଧାୟକ ଚାହାନ୍ତି ନାହିଁ ହିତାଧିକାରୀଙ୍କୁ କାର୍ଡ ମିଳୁ ବୋଲି ମିଛରେ ଏଭଳି ଭିତ୍ତିହୀନ ଅଭିଯୋଗ କରିଛନ୍ତି | ନିଜର ରାଜନୈତିକ ଫାଇଦା ଉଠେଇବା ଏବଂ କାର୍ଡ ବଣ୍ଟନକୁ ନିଜ ଦଳର ଅବଦାନ ବୋଲି ଦର୍ଶାଇବା କୁ ଯାଇସେ ସରକାରୀ କାର୍ଯ୍ୟରେ ବାଧାଦେବା ସହ ନିଜର ବାହୁବଳରେ କିଛି ଅସାମାଜିକ ବ୍ୟକ୍ତିଙ୍କୁ ନେଇ ସାଧାରଣ ଜନତାଙ୍କୁ ଭୟଭୀତ କରୁଛନ୍ତି |

ସେହିପରିଭାବେ ବିଧାୟକ କନକ ନିଉଜ ପ୍ରତିନିଧିଙ୍କୁ ଅସଦ ଆଚରଣ କରିବାସହ ତାଙ୍କ ସାମ୍ନାରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ମାଡ଼ ମାରିଛନ୍ତି ସେହି ସ୍ଥାନରେ | ତାଙ୍କ ଏତଲା ମୁତାବକ ସେ କେବଳ ବାଇଟ ନେବାକୁ ଚାହୁଁଥିଲେ ଉକ୍ତ ଘଟଣାକ୍ରମର ପ୍ରତିବଦଳରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଛାତିରେ ଗୁରୁତର ଭାବେ ମାଡ଼ ମାରିଛନ୍ତି ବିଧାୟଙ୍କ ସମର୍ଥକ ମାନେ ବିଧାୟକଙ୍କ ଉପସ୍ତିତିରେ | ରିପୋର୍ଟର ପ୍ରମୋଦ ଦାସ(ବିଟୁ)ଙ୍କୁ ଗୁରତରଭାବେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୋରୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସ୍ଥାନାନ୍ତର କରାଯାଇଇଛି | ଯାହା ବିଶେଷ ସୂତ୍ରରୁ ଜଣାପଡ଼ୁଛିକି ରିପୋର୍ଟରଙ୍କୁ ଯୋଜନାବଦ୍ଧ ଭାବେ ପୂର୍ବ ଘଟଣାକୁ କେନ୍ଦ୍ରକରି ରାଗ ସୁଝା ଯାଇଛି |
ସନ୍ଧ୍ୟାରେ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ପ୍ରବଳ ଗଣ୍ଡଗୋଳ ହୋଇଛି ,ଉଭୟ ବିଜେଡି ଓ ବିଜେପି ଗୋଷ୍ଠି ମଧ୍ୟରେ | ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି,ସେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଛନ୍ତି |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here