ଧପ୍ପାବାଜ,ହିପୋକ୍ରାସି ଶାସନ ଚାଲିଛି : ନିରନ୍ତର ବିରୋଧ ବହିଷ୍କାରର କାରଣ

0
Advertisement

ଭୁବନେଶ୍ୱେର:-ସରକାରଙ୍କର ଦୁର୍ନୀତିର ଅନ୍ୟଏକ ଅଧ୍ୟାୟର ଖୁଲାସା କରିଛନ୍ତି ବହିସ୍କୃତ ବିଜେଡି ବିଧାୟକ ଦାମୋଦର ରାଉତ | ଚାରା,ଓମଫେଡ,ସମବାୟ,ଖଣି,ଦୁର୍ନୀତି ପରେ ଏବେ ଦାମ ମୁହଁ ଖୋଲିଛନ୍ତି ସାର ଦୁର୍ନୀତି ଉପରେ | କହିଛନ୍ତି ସାର ନକିଣି ବିଭିନ୍ନ ଜିଲ୍ଲାର କୃଷି ବିଭାଗ କୋଟି କୋଟି ଟଙ୍କା ହଡପ କରିଛନ୍ତି । ବାରିପଦାର ଆସିଷ୍ଟାଣ୍ଟ ଡାଇରେକ୍ଟର ୫୯ କୋଟି ଟଙ୍କାର ସାର ନକିଣି ସାର କିଣିଥିବା ଦର୍ଶାଇଥିଲେ । ତେଣୁ ତାଙ୍କୁ ସସପେଣ୍ଡ କରାଯାଇଥିଲା । ନବରଙ୍ଗପୁର, ରାୟଗଡା, କୋରାପୁଟରେ ୨୪ କୋଟି ଟଙ୍କାର ସାର ଦୁର୍ନୀତି ହୋଇଛି । ଦେବଗଡ, ସମ୍ବଲପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ସାର ଆଳରେ ୯୯ ଲକ୍ଷ ୬୪ହଜାର ଟଙ୍କା ଖାଇଛନ୍ତି । ସେହିପରି କଳାହାଣ୍ଡିର ଡେପୁଟି ଡାଇରେକ୍ଟର ୮ଲକ୍ଷ ୧୧ କୋଟି ଟଙ୍କା ହଡପ କରାଯାଇଛି ବୋଲି ଦାମ କହିଛନ୍ତି ।ମନ୍ତ୍ରୀ ଥିବାବେଳେ ଦାମ ଏମାନଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ | ଯାହାକି ଗଡ଼ ଫାଦରଙ୍କୁ(ପାଣ୍ଡିଆନ) ପସନ୍ଦ ନଥିଲା,ଯେଉଁଥି ପାଇଁକି ତାଙ୍କୁ ଯୋଜନାବଦ୍ଧ ଭାବେ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଗଲା | ଦାମ ଖୋଲାଖୋଲି ଭାବେ କହିଛନ୍ତିଯେ ଯେଉଁଠି ଧପ୍ପାବାଜ,ହିପୋକ୍ରାସି ଶାସନ ଚାଲିଛି ସେଠି ବିକାଶ ହୋଇପାରିବନାହିଁ |

ସେହିପରିଭାବେ କୁନ୍ଦୁଲି ଘଟଣାର ମଧ୍ୟ ରହସ୍ୟ ଖୋଲିବାକୁ ଯାଇ କହିଛନ୍ତି ବାବୁ ପାଣ୍ଡିଆନ ଜଣେ ତାମିଲ କନେଷ୍ଟବଳଙ୍କୁ ବଂଚେଇବାକୁ ଯାଇ ପୁରା ତଥ୍ୟକୁ ବଦଳାଇଦେଇଛନ୍ତି | ମେଡିକାଲ ତଥ୍ୟଠୁ ଆରମ୍ଭ କରି ପୋଷାକରେ ଥିବା ସିମେନକୁ ଅସ୍ବୀକାର କରିଛନ୍ତି ଶେଷରେ ପୀଡିତା ନ୍ୟାୟନପାଇ ଆତ୍ମହତ୍ୟା କରିଛନ୍ତି !

ଭଗଚାଷୀ ଆଇନକୁ ମଧ୍ୟ ଏହି ଅଣଓଡ଼ିଆ ବାବୁ ଦଳି ମକଚି ଦେଇଛନ୍ତି ନିଜର ଚାଟୁକାରିତା ବଳରେ | ଅଧ୍ୟାଦେଶ ପାଇଁ ମନ୍ତ୍ରୀମଣ୍ଡଳ ନିଷ୍ପତି କରିଥିଲେ ସେପ୍ଟେମ୍ବର ୨୦୧୭ ରେ ,କିନ୍ତୁ ଏହାକୁ ବାବୁ ଚାଟୁକାର ଅଟକାଇବାରେ ସଫଳ ହୋଇଥିଲେ | ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବାବୁଙ୍କ ପାଇଁ ଲକ୍ଷ ଲକ୍ଷ ଚାଷୀକୁଳ ଆଜି ନିଷ୍ପେସିତ,ଅବହେଳିତ ଅତ୍ମହତ୍ୟାକରିଛନ୍ତି ,କହି ଦାମ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

  1. Your comment is awaiting moderation

    Hello my friend! I wish to say that this post is amazing, nice written and come with approximately all significant infos. I would like to look more posts like this .

LEAVE A REPLY

Please enter your comment!
Please enter your name here