ରୋଗୀଙ୍କ ପେଟରେ ଫୋର୍‌ସେପ୍‌ ଛାଡିଦେଲେ ଡାକ୍ତର

0
Advertisement

ହାଇଦ୍ରାବାଦ,୯।୨: ଡାକ୍ତରଙ୍କର ଏକ ଖାମଖିଆଲି ଭାବେ ଏବେ ପୁଣିଥରେ ପଦାରେ ପଡିଛି। ସର୍ଜରୀ ପରେ ଜଣେ ରୋଗୀଙ୍କ ପେଟରେ ଡାକ୍ତର ଫୋର୍‌ସେପ୍‌ ଛାଡିଦେବା ଘଟଣା ଏବେ ସାମ୍ନାକୁ ଆସିଛି। ୩ମାସ ପରେ ଏକ୍ସରେ ହେବାରୁ ଏହା ଜଣାପଡିଛି। ସୂଚନା ଅନୁଯାୟୀ, ଜଣେ ୩୩ ବର୍ଷୀୟା ମହିଳା ହାଇଦ୍ରାବାଦର ନିଜାମ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ରେ ସର୍ଜରୀ କରାଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ତଳ ପେଟରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ। ଦୀର୍ଘ ୩ ମାସ ପରେ ପୁଣି ଥରେ ହସ୍ପିଟାଲ ଆସି ଏକ୍ସରେ କରିବାରୁ ତାଙ୍କ ପେଟରେ ଏକ ଫୋର୍‌ସେପ୍‌ ଥିବା ଜଣାପଡିଥିଲା। ପରେ ତାଙ୍କର ତୁରନ୍ତ ଆଉ ଏକ ସର୍ଜରୀ କରାଯାଇ ଶୁକ୍ରବାର ଉକ୍ତ ଫୋରସେପ୍‌କୁ ବାହାର କରାଯାଇଥିବା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର କେ.ମନୋହର ସୂଚନା ଦେଇଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here