କୋରୋନା ଯୋଦ୍ଧା ସୋରୋ ଇ. ଓ ଙ୍କ ଯୋସ୍ ବେହୋସ୍ : ସଫେଦ୍ ମିଛ କହିଲେଣି !

0
Advertisement

ବାଲେଶ୍ୱର :(ସୋରୋ) କୋରୋନା ମୁକାବିଲା ପାଇଁ ସୋର ମ୍ୟୁନସିପାଲଟି ଅତ୍ୟନ୍ତ ସଚେତନ ଥିଲା । ଏହାର କମାଣ୍ଡ ସମ୍ଭାଳିଥିଲା ନେଳି ଗାଡି ! ଲୋକେ ଯାହା କହନ୍ତି “ନେଳି ଗାଡି ମାରୁ ପଛେ ,କୋରୋନା ଅଟକାଉ” ବିଶ୍ୱାସ ଥିଲା ଲୋକଙ୍କର । ନେଳି ଗାଡି ଧରି ଦବଙ୍ଗ ଅଫିସର ରାକେଶ ପଣ୍ଡା ଯାହା ପିଟା ପିଟିଛନ୍ତି,ସତେ ଯେପରି ଥାନା ବାବୁ କି ଏସ. ପି ସେ ଖୋଦ । ବିଶେଷ କିଛି କାମ ନଥିବା ବେଳେ ଯାହା ହଉ ପେଟ୍ରୋଲିଂ ସାର କରନ୍ତି ।

ଏବେ ସ୍ଥିତି ସଂଗିଂନ୍ ହେଲା ବେଳକୁ ସାର ଙ୍କ ଯୋସ୍ ପୁରା ପାଣି ପାଣି । ଆଉ ସେ ରଙ୍ଗ ନାହିଁ କି ସେ ଯୋଦ୍ଧାର ପ୍ରତିବଦ୍ଧତା । ସୋରକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଂଗରୋଧ କେନ୍ଦ୍ର ରେ ରଖିବାର ବ୍ୟବସ୍ଥା ନ୍ୟସ୍ତ ଅଫିସର ମାନେ ନିଜ କାର୍ୟ ଉପରେ ନିଜେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ! ମିଛ ସତ କହି ଆଡଜସ୍ଟ ମଧ୍ୟ କରୁଛନ୍ତି , ସେ ମୁମ୍ବାଇ ଫେରନ୍ତା କୌଠି ରହିବେ ତାହା ଅଧିକାରୀ ବୁଝିବେ ନା ଘର ଲୋକେ ? ଯଦି ସଂଗରୋଧ କେନ୍ଦ୍ରରେ ଫାଙ୍କା ନାହିଁ ତ ଘରେ ଜୋର ଜବରଦସ୍ତ ନୋଟିସ କଉ ହିସାବରେ ମାରିଲେ ? ୫ଦିନ ହେବ ମିଥ୍ୟା ପ୍ରତିଶୃତି କଣ ପାଇଁ ପ୍ରବାସୀଙ୍କୁ ? ନୁତନ ସଂଗରୋଧ କେନ୍ଦ୍ରଙ୍କୁ କାହିଁକି ସ୍ଥାନାନ୍ତର କରାଯାଉନି ? ସମ୍ପର୍କୀୟ ଏ ବାବଦରେ ପଚାରିଲେ ମଧ୍ୟ ଓଲଟା ଗାଳି ! ନିଜ ଖର୍ଚରେ ଆସି ମଧ୍ୟ ,ଆଗ ରାଜଧାନୀ ରେ 2ଦିନ ହଇରାଣ ହେଇ ନିଜ ଗ୍ରାମ କୁ ଆସି ମଧ୍ୟ ହଇରାଣ , ଅଫିସର ମାନେ କେଵଳ କଣ କାଗଜ ପତ୍ର ଅପ୍ଡେଟ ଛଡ଼ା ମାନବିକତା ଶୂନ୍ୟ ଆଜି ଏ ମହାମାରୀ ପରିସ୍ଥିତିରେ,ଏହା ଜନତାଙ୍କ ପ୍ରଶ୍ନ ?

ଆହୁରି ମଧ୍ୟ କିଛି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ଶଙ୍କାଗ୍ରସ୍ଥ ଅବସ୍ଥାରେ ନିଜ ଦୁଃଖ ଜାହିର କରିଛନ୍ତି। କହିଛନ୍ତି “ଖାଇବା ଯାହା ବରଂ ହେଉ ଆମେ ଚଳେଇ ନେଉଛୁ କିନ୍ତୁ ନିବେଦନ ଆମର ଟେଷ୍ଟ କରାଯାଉ , ଆମେ ସାମାଜିକ ବାସନ୍ଦ ଏବେ ,ଘରେ ଗଲେ ପରିବାର ଏବଂ ଗାଁ ଲୋକେ ପୁଣି ଘୃଣା କରିବେ ଆମକୁ”। ପ୍ରଶାସନ ଏହା ଯଥା ସଂଭବ୍ ଧ୍ୟାନ ଦେବା ସହ , ଉକ୍ତ ପ୍ରବାସୀଙ୍କୁ ସ୍ୱବ ଟେଷ୍ଟ MHA ନିୟମ ମୁତାବକ କରାନ୍ତୁ ଏହା ପ୍ରବାସୀ ମାନେ ଅନୁରୋଧ କରିଛନ୍ତି ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here