ନୟାଗଡ଼ରେ ରାଜପରିବାରର ଦବଦବା : କଂଗ୍ରେସ ପାଇଁ ବିଜୟ ସୁଯୋଗ

0
Advertisement

ଭୁବନେଶ୍ୱର: କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେଡିରୁ ଇସ୍ତଫା ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଲେଖିଛନ୍ତି ପ୍ରତ୍ୟୁଷା । ଇସ୍ତଫା ପତ୍ରରେ ପ୍ରତ୍ୟୁଷା ଦଳ ବିରୋଧରେ ସଂଗୀନ ଅଭିଯୋଗ କରିଚ୍ଛନ୍ତି । ଦଳ ତାଙ୍କର ନିଷ୍ଠା, କଠିନ ପରିଶ୍ରମକୁ ମୁଲ୍ୟ ନଦେଇ ମିଥ୍ୟା ପ୍ରତିଶୃତି ଦେଇଛଇ ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଛି |ସେ କହିଛନ୍ତି ଯେ, ‘‘ଯଦି ମୋତେ ଟିକେଟ ନଦେବାର ଥିଲା ତେବେ ଆଗରୁ ସେ କଥା ଜଣାଇବାର ଥିଲା । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହି ମୋ ଟିକେଟ କାଟି ଦିଆଗଲା । ମୋତେ ଟିକେଟ ମିଳୁ ବୋଲି ବିକ୍ରମ କେଶରୀ ଆରୁଖ ଚାହୁଁନଥିଲେ’’, ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରତ୍ୟୁଷା । ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ କଥା ନବୀନ କହି ଆମକୁ ଠକିଛନ୍ତି ବୋଲି କହିଛନ୍ତି ପ୍ରତ୍ୟୁଷା ।

ସେ କହିଛନ୍ତି ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ଶେଷ ଇଚ୍ଛା ପୁରଣ କରିବା ହେଉଛି ତାଙ୍କର ଲକ୍ଷ । ତେଣୁ ସେ ଯେକୌଣସି ଦଳରୁ ହେଉ ପଛେ ନୟାଗଡ଼ ବିଧାନସଭା ପାଇଁ ଲଢ଼ିବେ। ଆବଶ୍ୟକ ପଡ଼ିଲେ ସେ ସ୍ୱାଧୀନରୁ ମଧ୍ୟ ଲଢିବେ ବୋଲି ସ୍ପଷ୍ଟ କରିଅଛନ୍ତି । ପ୍ରତ୍ୟୁଷାଙ୍କ ଟିକଟ କଟିବା ପଛରେ ଅରୁଣଙ୍କ ବଡ଼ ହାତ ରହିଛି,ଅରୁଣ ତାଙ୍କୁ ଦୀର୍ଘ ୪ବର୍ଷ ହେବ ମାନସିକ ଯନ୍ତ୍ରଣା ଦେଇଆସୁସିଛନ୍ତି ସେ ନିଜ ଚିଠିରେ ଉଲ୍ଲେଖ କରିଅଛନ୍ତି ।

ରାଜ ପରିବାରର ବୋହୁ ଭାବେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ନୟାଗଡ଼ ଭୋଟରଙ୍କ ସମର୍ଥନ ମିଳିପାରେ ବୋଲି କୁହାଯାଉଛି, ସିଂହଙ୍କ ଶ୍ୱଶୁର କୃଷ୍ଣଚନ୍ଦ୍ର ସିଂହ ମାନ୍ଧାତା ଏବଂ ଭାଇ ବୃନ୍ଦାବନ ସିଂହ ମାନ୍ଧାତା ମଧ୍ୟ ଆଗରୁ ବିଧାୟକ ରହି ଆସିଛନ୍ତି ତେଣୁ ତାଙ୍କ ଜିତିବା ନୟାଗଡ଼ରୁ ଏକପ୍ରକାର ସୁନିଶ୍ଚିତ ବୋଲି ସାରା ରାଜ୍ୟରେ ଚର୍ଚ୍ଚା ହଉଛି ସେ ୨ ଦଳ ସହ ସମ୍ପର୍କରେ ଥିବା କଥା ଆଜି କହିଥିବାବେଳେ କିନ୍ତୁ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଲୋକ ଆଜି କଂଗ୍ରେସ ରେ ସେ ଲଢ଼ିବା ନେଇ ଏକପ୍ରକାର ସ୍ପଷ୍ଟ କରିଅଛନ୍ତି ଏବଂ କଂଗ୍ରେସ ଅଧକ୍ଷ ଏହାକୁ ସ୍ୱାଗତ କରିଅଛନ୍ତି ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here