ପୁଲୱାମା ହମ୍‌ଲା: ପ୍ରତିଶୋଧ ପାଇଁ ସ୍ଥାନ ଓ ସମୟ ବାଛିବ ସେନା

0
Advertisement

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମ୍‌ଲା ପରେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ୪୦ ବୀର ଯବାନଙ୍କ ଜୀବନ ନେଇଥିବାରୁ ଇସ୍‌ଲାମାବାଦ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାରିଆଡ଼ୁ ଦାବି ଉଠିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଜରୁରୀ କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟୀ (ସିସିଏସ୍‌) ବୈଠକ ଡକାଇଥିଲେ।ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସେନା ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ବୋଲି କହିଛନ୍ତି। ତେବେ ଯବାନଙ୍କ ବଳିଦାନର ବଦଲା କେବେ ଏବଂ କେମିତି ନିଆଯିବ, ସେକଥା ଭାରତ ସରକାର ନୁହନ୍ତି ବରଂ ସେନା ହିଁ ସ୍ଥିର କରିବ। ଏଥିପାଇଁ ଆଜି ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରକାରର ଅନୁମତି ଦେଇଛନ୍ତି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

1 COMMENT

LEAVE A REPLY

Please enter your comment!
Please enter your name here