ନୂଆଦିଲ୍ଲୀ: ଆଜି CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଆୟୋଜିତ ଶପଥ ପାଠ ଉତ୍ସବରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଥିଲା।
Delhi: President Kovind administers the oath of office to GC Murmu as Comptroller and Auditor General (CAG), at Rashtrapati Bhavan.
Murmu stepped down as the Lieutenant Governor of Jammu & Kashmir earlier this week. pic.twitter.com/SeQiqnPclk
— ANI (@ANI) August 8, 2020
ପୁଣି ଥରେ କେନ୍ଦ୍ରରେ ଚମକିଲେ ଓଡ଼ିଆ ପୁଅ। ଓଡ଼ିଆ ପୁଅଙ୍କ ହାତରେ ଦେଶର ଗୁରୁ ଦାୟିତ୍ବ। ଦେଶର ନୂଆ ସିଏଜି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅଗଷ୍ଟ ୬ ତାରିଖ ଦିନ ଦେଶର ସିଏଜି ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ରାଜୀବ ମେହେର୍ଷିଙ୍କ ସ୍ଥାନରେ ଗିରୀଶଙ୍କୁ ନିଯୁକ୍ତ କରାଯାଇଛି।
ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ। ଗତବର୍ଷ ଅକ୍ଟୋବରରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ। ଗିରୀଶ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।
The post CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //www.odishalink.com/2020/08/08/president-kovind-administers-the-oath-of-office-to-gc-murmu-as-comptroller-and-auditor-general-cag-at-rashtrapati-bhavan/

