ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ହମ୍ଲା ପରେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଫିଙ୍ଗଲନରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ଚାରି ଜଣ ସହିଦ ହୋଇଛନ୍ତି। ତେବେ ଯବାନଙ୍କ ପ୍ରତିଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ବି ନିହତ ହୋଇଥିବା କୁହାଯାଉଛି।ମିଳିଥିବା ସୂଚନା ଅନୁଯାୟୀ, ଏ ଦୁଇ ଜଣ ହେଉଛନ୍ତି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଦୁଇ ଜଣ ପ୍ରମୁଖ କମାଣ୍ଡର। ସେମାନଙ୍କ ମଧ୍ୟରେ ଜୈଶ ମୁଖ୍ୟ ମାସୁଦ ଅଝାରଙ୍କ ବିଶ୍ଵସ୍ତ ସହଯୋଗୀ ତଥା କମାଣ୍ଡର କାମ୍ରାନ୍ ଓରଫ ଗାଜୀ ରଶିଦ। ଏହି ଦୁଇ ଜଣ ହିଁ ଥିଲେ ପୁଲୱାମାରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ। ବିଶେଷ କରି ଗାଜୀକୁ ଭାରତୀୟ ସେନା ଖୋଜୁଥିଲା। କାରଣ ତା’ରି ନେତୃତ୍ୱରେ ହିଁ ପୁଲୱାମା ଆକ୍ରମଣ ହୋଇଥିଲା।ଏହି ଦୁଇ ଆତଙ୍କବାଦୀ ପୁଲୱାମା ନିକଟସ୍ଥ ପିଙ୍ଗଲିନରେ ଏକ ଘରେ ଲୁଚି ରହିଥିଲେ। ସେଠାରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ପରେ ସେନା ପକ୍ଷରୁ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା।ପିଙ୍ଗଲନ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେନା, ସ୍ଥାନୀୟ ପୁଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି।ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଡି.ଏସ୍ ଡୌଣ୍ଡିଆଲ୍। ଅନ୍ୟମାନେ ହେଲେ ହେଡ୍ କନଷ୍ଟେବଳ ସେବା ରାମ୍, ଅଜୟ କୁମାର ଓ ହରି ସିଂ।
ଆରମ୍ଭ ହେଲା ପୁଲୱାମା ପ୍ରତିଶୋଧ; ମଲେ ଦୁଇ ମାଷ୍ଟରମାଇଣ୍ଡ
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )