୪୫ବର୍ଷୀୟା ମହିଳାଙ୍କ ଖୁଲାସା: ଅନୁରାଧା ପୌଡୱାଲ ମୋ ମା’, ଜନ୍ମ ହେବାର ୪ଦିନ ପରେ ସେ ମୋତେ ଅନ୍ୟ ହାତକୁ ଟେକି ଦେଇଥିଲେ

0
Advertisement


ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧ ପୌଡୱାଲଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଜନ୍ମର ୪ଦିନ ପ‌ରେ ସେ ନିଜ ଝିଅକୁ ଅନ୍ୟ ହାତରେ ଟେକି ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ୪୫ବର୍ଷୀୟା ମହିଳା ଏବେ ଏଭଳି ଦାବି କରିଥିବା ବେଳେ ଅନୁରାଧା ଜଣେ ସେନା ଯବାନଙ୍କ ହାତରେ ତାଙ୍କୁ ଟେକି ଦେଇଥିବା କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ଏଭଳି ଖୁଲାସା କରିଛନ୍ତି ମହିଳା।

କେରଳର ଥିରୁବନନ୍ତପୁରମରେ ରହୁଥିବା ମହିଳାଜଣଙ୍କ ଏବେ ଜିଲ୍ଲା ପରିବାର ଅଦାଲତରେ ଏ ନେଇ ଏକ ମାମଲା ଦାୟର କରିଛନ୍ତି। ଯେଉଁଥିରେ ସେ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲଙ୍କ ଝିଅ ବୋଲି ଦାବି କରିଛନ୍ତି। ମହିଳାଙ୍କ ନାଁ କରମାଲା ମୋଡେକ୍ସ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କର ଜନ୍ମ ୧୯୭୪ରେ ହୋଇଥିଲା। ଜନ୍ମ ହେବାର ୪ଦିନ ପରେ ଅନୁରାଧା କରମାଲାଙ୍କୁ କେରଳର ପୋନ୍ନାଚନ ଓ ଏଗ୍ନସଙ୍କ ହାତକୁ ଦେଇଥିଲେ।

Anuradha Paudwal daughter, woman claims to be Anuradha paudwal's daughter, Singer Anuradha paudwal, Karmala Modex, Kerala news, indian express
indianexpress.com

ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କରମାଲା କହିଛନ୍ତି କି, ପାଖା ପାଖି ୪-୫ବର୍ଷ ପୂର୍ବେ ମୋର ପାଳିତ ବାପା ପୋନ୍ନାଚନ ମୋତେ ମୋର ଅସଲ ମା’ ଅନୁରାଧା ପୌଡୱାଲ ବୋଲି କହିଥିଲେ। ସେ ସମୟରେ ମୋର ପାଳିତ ବାପା ମହାରାଷ୍ଟ୍ର ସେନାରେ ମୁତୟନ ଥିବା ସହ ଅନୁରାଧା ପୌଡୱାଲଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା। ଯାହା ପରେ ମୋର ଜନ୍ମ ହେବାରୁ ଅନୁରାଧା ପୌଡୱାଲ ମୋତେ ପୋନ୍ନାଚନଙ୍କ ହାତକୁ ଟେକି ଦେଇଥିଲେ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here