ନୂଆଦିଲ୍ଲୀ: ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲକୁ ନେଇ ବିବାଦ ଲାଗି ରହିଛି। ଗତକାଲି ସୀମାରେ ହୋଇଥିବା ସଂଘର୍ଘରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହି ୨୦ ଜଣଙ୍କର ନାମ ଘୋଷଣା କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ ଅନ୍ୟ ୧୯ ଜଣ ଯବାନ ରହିଛନ୍ତି। ଶହୀଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ମଧ୍ୟ ଅଛନ୍ତି। ସବୁଠୁ ଅଧିକା ବିହାରା ରେଜିମେଣ୍ଟର ୧୩ଜଣ ଯବାନ ଶହୀଦ ହୋଇଛନ୍ତି।
ଶହୀଦ ମାନଙ୍କ ନାମ ଗୁଡ଼ିକ ହେଲା। ୧- କଲୋନେଲ ବି. ସନ୍ତୋଷ ବାବୁ, ୨- ନୁଦୁରାମ ସୋରେନ(ଓଡ଼ିଶା), ୩- ମନଦୀପ ସିଂହ, ୪- ସତନାମ ସିଂହ, ୫- କେ. ପଲାନୀ, ୬- ସୁନୀଲ କୁମା, ୭- ବିପୁଲ ରଏ, ୮- ଦୀପକ କୁମାର, ୯- ରାଜେଶ ଓରାଙ୍ଗ, ୧୦- କୁନ୍ଦନ କୁମାର ଓଝା, ୧୧- ଗଣେଶ ରାମ, ୧୨- ଚନ୍ଦ୍ରକାନ୍ତ ପ୍ରଧାନ(ଓଡ଼ିଶା), ୧୩- ଅଙ୍କୁଶ, ୧୪- ଗୁରବିନ୍ଦର, ୧୫- ଗୁରତେଜ ସିଂହ, ୧୬- ଚନ୍ଦନ କୁମାର, ୧୭- କୁନ୍ଦନ କୁମାର, ୧୮- ଅମନ କୁମାର, ୧୯- ଜୟକିଶୋର ସିଂହ ,୨୦- ଗଣେଶ ହାଁସଦା।
The post ୨୦ ଜଣ ବୀର ଶହୀଦଙ୍କ ତାଲିକା ଜାରି କଲା ଭାରତୀୟ ସେନା appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/06/17/20-indian-army-soldiers-martyred-in-ladakh-galwan-valley-list-today/?utm_source=rss&utm_medium=rss&utm_campaign=20-indian-army-soldiers-martyred-in-ladakh-galwan-valley-list-today

