ବଲୁଚିସ୍ତାନ: ୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨ ବର୍ଷୀୟ ସାଂସଦ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ବଲୁଚିସ୍ତାନ ଚିତ୍ରାଲର ଜମିୟତ ଉଲେମା-ଏ-ଇସ୍ଲାମ ସାଂସଦ ମୌଲାନା ସଲାହଉଦ୍ଦିନ ଅୟୁବୀଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୬୨ ବର୍ଷ ବୟସ୍କ ସାଂସଦ ଗତବର୍ଷ ନାବାଳିକା ଅୟୁବି (୧୪) ସହ ବିବାହ ଥିଲେ। ଏବେ ତାଙ୍କ ବିବାହ ସାର୍ବଜନିକ ହୋଇଥିବା ବେଳେ ନାବାଳିକାଙ୍କର ବିଦ୍ୟାଳୟ ସାର୍ଟିଫିକେଟ ମଧ୍ୟ ଆସିଯାଇଛି।
ମୌଲାନା ଆୟୁବି ଗତବର୍ଷ ଜଣେ ୧୪ ବର୍ଷ ବୟସ୍କା ନା ବାଳିକାଙ୍କୁ ବିବାହ କରିଥିଲେ। ହେଲେ ସେତେବେଳେ ଘଟଣା ସାମ୍ନାକୁ ଆସିନଥିଲା। ଏବେ ନାବାଳିକାଙ୍କର ବିଦ୍ୟାଳୟ ସାର୍ଟିଫିକେଟ ମିଳିଛି ଯେଉଁଥିରେ ତାଙ୍କର ବୟସ ୧୪ ବର୍ଷ ବୋଲି ଉଲ୍ଲେଖ ଅଛି। ଗତବର୍ଷ ଏହି ଘଟଣାର କେହି ସାକ୍ଷ ମିଳିନଥିଲେ। ଝିଅର ପିତା ମଧ୍ୟ ବିବାହକୁ ଅସ୍ୱୀକାର କରିଆସୁଥିଲେ। ହେଲେ ଏକ ସମାଜସେବୀ ସଂସ୍ଥା (ଏନଜିଓ) ଦଖଲ ଦେବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନାବାଳିକାଙ୍କ ପିତା ଏବେ ବିବାହକୁ ସ୍ୱୀକାର କରୁଛନ୍ତି। ତେବେ ବିବାହ ଦେବା ପରେ ଝିଅ ତାଙ୍କ ଘରେ ଅବସ୍ଥାନ କରୁଥିବା କହିଛନ୍ତି। ତାକୁ ୧୬ ବର୍ଷ ହେଲେ ସେ ଶ୍ୱଶୁରାଳୟ ଗମନ କରିବ ବୋଲି କହିଛନ୍ତି। ପାକିସ୍ତାନରେ ମହିଳାଙ୍କ ବିବାହ ବୟସ ୧୬ ବର୍ଷ। ତେବେ ଜଣେ ୬୨ ବର୍ଷ ବୟସକ ବ୍ୟକ୍ତି ଏକ ୧୪ ବର୍ଷର ନାବାଳିକାକୁ ବିବାହ କରିବା ଘଟଣା ଏବେ ପୋଲିସରେ ପହଞ୍ଚିଛି।
ମହିଳା କଲ୍ୟାଣ ପାଇଁ କାମ କରୁଥିବା ଏକ ଏନଜିଓର ଅଭିଯୋଗକୁ ଭିତ୍ତି କରି ସାଂସଦଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏନଜିଓ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଅନୁସାରେ, ମୌଲାନା ନିଜଠାରୁ ୪ ଗୁଣ ସାନ ଝିଅକୁ ବିବାହ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଛି।
The post ୧୪ ବର୍ଷର ନାବାଳିକାକୁ ବାହାହେଲେ ୬୨ ବର୍ଷୀୟ ସାଂସଦ appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/02/23/pakistan-mp-marries-a-14-year-old-girl/

