
ରାୟପୁର: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମୁକ୍ତ। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ ।ମାଓବାଦୀଙ୍କ କବଜାରୁ ଅପହୃତ ଯବାନ ରାକେଶ୍ୱର ମୁକ୍ତ ହେବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଖାଲି ପରିବାର ନୁହେଁ, ରାକେଶ୍ୱରଙ୍କ ସାଥୀ ଯବାନ ମଧ୍ୟ ତାଙ୍କର ମୁକ୍ତି ପରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।
ଏପଟେ ରାକେଶ୍ୱରଙ୍କ ପତ୍ନୀ କହିଛନ୍ତି ଯେ, ସେ ଖୁସିରେ ବିଭୋର ହୋଇଯାଇଛନ୍ତି। ସେ ହିମ୍ମତ ହରାଇନଥିଲେ। ତାଙ୍କ ସ୍ୱାମୀ ଫେରିବେ ବୋଲି ତାଙ୍କର ବିଶ୍ୱାସ ଥିଲା। ସରକାର କିଛି କହୁନଥିଲେ ବି ତାଙ୍କ କାମ କରି ଦେଖାଇଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ ରାକେଶ୍ୱରଙ୍କ ଝିଅ ମଧ୍ୟ ତାଙ୍କ ବାପା ଆସିଲେ କୁଣ୍ଢାଇ ପକାଇ ସ୍ୱାଗତ କରିବେ ବୋଲି କହିଛନ୍ତି। ନକ୍ସଲ କ୍ୟାମ୍ପରୁ ଫେରିବା ପରେ ରାକେଶ୍ୱରଙ୍କର ଏବେ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଉଛି।
ତେବେ ନକ୍ସଲମାନେ ପ୍ରଜାମେଳି କରିବା ପରେ ବିନା କୌଣସି ସର୍ତ୍ତରେ ଯବାନ ରାକେଶ୍ୱରଙ୍କୁ ଛାଡି ଦେଇଥିବା ଜଣାପଡିଛି। ସେ ସମୟର କିଛି ଫଟୋ ମଧ୍ୟ ଏବେ ଗଣମାଧ୍ୟମର ହସ୍ତଗତ ହୋଇଛି।
ପ୍ରକାଶ ଯେ, ବିଜାପୁରରେ ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ ତାରିଖରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ଆଜି ମାଓବାଦୀଙ୍କ କବଳରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଂଚଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ।
ଏଥିରେ ଦୁଇ ପଟରୁ ଜୋରଦାର ଗୁଳି ବର୍ଷା ହୋଇଥିଲା। ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ। ହେଲେ ଏହା ପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ। ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇ ଖବର ଆସିଥିଲା।
ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ। ହେଲେ ସରକାରଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ। ଏବେ ଯବାନଙ୍କୁ ମାଓବାଦୀମାନେ ଛାଡିଦେଇଛନ୍ତି।
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2021/04/08/rakeshwar-singh-released-from-nexa/

