‘ହାପିନେସ୍‌ କ୍ଲାସ୍‌’ ଦେଖିବାକୁ ଦିଲ୍ଲୀ ସରକାରୀ ସ୍କୁଲ୍‌ ପରିଦର୍ଶନ କରିବେ ଆମେରିକାର ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌

0
Advertisement


ନୂଆଦିଲ୍ଲୀ: ଦୁଇଦିନିଆ ଭାରତଗସ୍ତ ସମୟରେ ଆମେରିକାର ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ପରିଦର୍ଶନରେ ଯିବେ। ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ କେଜ୍ରିଓ୍ଵାଲ୍‌ ସରକାର ପ୍ରଣୟନ କରିଥିବା ‘ହାପିନେସ୍‌ କ୍ଲାସେସ୍‌’ ଦେଖିବା ନିମନ୍ତେ ସେ ଦିଲ୍ଲୀ ସ୍କୁଲ୍‌ ପରିଦର୍ଶନରେ ଯିବେ ବୋଲି ଜଣାପଡ଼ିଛି।

ବିଶେଷସୂତ୍ରରୁ ପ୍ରକାଶ ଯେ ଫେବ୍ରୁଆରି ୨୫ ତାରିଖ ଦିନ ମେଲାନିଆ ଟ୍ରମ୍ପ୍‌ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ର ଶ୍ରେଣୀଗୃହକୁ ଯିବେ। ସ୍କୁଲ୍‌ ପରିଦର୍ଶନରେ ଯାଇଥିବା ମେଲାନିଆ ଟ୍ରମ୍ପ୍‌ଙ୍କୁ ସ୍ୱାଗତ ଜଣାଇବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ରହିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

Image Source: India Today

ପ୍ରାୟ ଘଣ୍ଟାଏ ଧରି ସରକାରୀ ସ୍କୁଲ୍‌ରେ ମେଲାନିଆ ଟ୍ରମ୍ପ୍‌ ରହିବେ ବୋଲି ଜଣାପଡ଼ିଛି। ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆଙ୍କୁ ଦେଖାଇ ଦିଆଯିବ।

ଏହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରୁଥିବେ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ୍‌ ପ୍ରାୟ ୩୬ ଘଣ୍ଟା ଭାରତରେ ଅବସ୍ଥାନ କରିବେ। ଫେବ୍ରୁଆରି ୨୪ ତାରିଖ ଅପରାହ୍ଣରେ ସେ ଅହମଦାବାଦରେ ପହଞ୍ଚିବେ। ସେଠାରୁ ସେ ଆଗ୍ରା ଭ୍ରମଣରେ ଯିବେ। ତା’ପରେ ଦିଲ୍ଲୀ ଆସିବେ।

ଫେବ୍ରୁଆରି ୨୫ ତାରିଖ ଦିନ ଟ୍ରମ୍ପ୍‌ ଏବଂ ମେଲାନିଆଙ୍କୁ ରାଷ୍ଟ୍ରପତି ଭବନର ଫୋର୍‌କୋର୍ଟରେ ଭବ୍ୟ ସ୍ୱାଗତ କରାଯିବ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here