ହନିମୁନ୍‌ କରିବାକୁ ଚୀନର ସଂଘାଇ ଯାଇଥିଲେ, କରୋନା ସଂକ୍ରମଣର ଭୟ ଧରି ଭାରତ ଫେରିଲେ

0
Advertisement


ନୂଆଦିଲ୍ଳୀ: ସାରା ବିିଶ୍ବରେ ଦେଖା ଦେଇଛି କରୋନା ଭାଇରସ୍‌ର ଆତଙ୍କ। ଏହାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ ସହରରୁ ଏହି ଭାଇରସ୍‌ ପାଇଁ ହଜାର ହଜାର ଲୋକ ଛାଡ଼ି ପଳାଇ ଆସୁଛନ୍ତି। ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇ ଚୀନର ସଂଘାଇ ସହରକୁ ହନିମୁନ୍‌ ପାଇଁ ଯାଇଥିବା ଏକ ଭାରତୀୟ ନବଦମ୍ପତିଙ୍କ ସବୁ ଖୁସି ପାଣିଫୋଟକା ପାରି ମିଳାଇ ଯାଇଛି। ଦମ୍ପତିଙ୍କଠାରେ  କରୋନା ସଂକ୍ରମଣର  ଲକ୍ଷଣ ଦେଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ଆଜ୍‌ମେର୍‌ଠାରେ ଅବସ୍ଥିତ ଜେଏଲ୍‌ଏନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କୁ ଏକ ପୃଥକ ୱାର୍ଡରେ ରଖାଯାଇଛି। ସେମାନଙ୍କ ଶରୀରରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଏସ୍‌ଏମ୍‌ଏସ୍‌ ଜୟପୁର ହସ୍ପିଟାଲ୍‌କୁ ପଠାଯାଇଛି।

ଏହି ନବବିବାହିତ ଦମ୍ପତି ଜାନୁଆରି ୨୫ ତାରିଖରେ ସେମାନଙ୍କ ହନିମୁନ୍‌ ପାଇଁ ସଂଘାଇ ଯାଇଥିଲେ। କରୋନା ଭାଇରସ୍‌ ବିଷୟରେ ସୂଚନା ମିଳିବା ପରେ ସେମାନେ ଜାନୁଆରି ୨୭ ତାରିଖରେ ଭାରତ ଫେରି ଆସିଛନ୍ତି।

SEEDHI BAAT seedhibaat

ଆଜ୍‌ମେର୍‌ର ମୁଖ୍ୟଚିକିତ୍ସା ଅଧିକାରୀ କହନ୍ତି, ‘ଏହି ଦୁଇ ଜଣଙ୍କୁ ସେମାନଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ, ଆଗାମୀ ୨୪ ଘଣ୍ଟା ଯାଏ ପର୍ଯ୍ୟବେକ୍ଷଣରେ ରଖାଯିବ। ନବଦମ୍ପତିଙ୍କ ବୟସ ପାଖାପାଖି ୨୭ ବର୍ଷ ହେବ ।’ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର ସିଂହ କହିଛନ୍ତି, ‘ରବିବାର ସୁଦ୍ଧା ଉହାନରୁ ବିମାନ ଯୋଗେ ୩,୯୩୩ ଜଣ ଭାରତୀୟ ଉଦ୍ଧାର ହୋଇ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି।’



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here