ସୈଫଙ୍କ ସହ ବିବାହର ୭ ବର୍ଷ ପରେ କହିଲେ କରିନା କପୁର ଖାନ, ‘ସେ ମୋ ଠାରୁ ୧୦ବର୍ଷ ବଡ ଓ ୨ଟି ଛୁଆର ବାପା ଥିଲା, ଆଉ …..

0
Advertisement


ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ନିଜ ବ୍ୟକ୍ତିଗତ ଜୀବନ ରେ ବେଖାତିର କଥାବାର୍ତା କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି | 2007 ରେ ସାହିଦ କପୁର ଙ୍କ ସହ କରିନା ଙ୍କ ର ବ୍ରେକଅପ ପରେ କରିନା ସୈଫ ଙ୍କ ର ନିକଟତର ହେଇଥିଲେ I ଦୀର୍ଘ ସମୟ ର ପ୍ରେମ ସମ୍ବନ୍ଧ ପରେ କରିନା ଙ୍କ ର ବିବାହ ସୈଫ ଙ୍କ ସହ ହେଇଥିଲା I ତେବେ ବିଗତ ଦିନ ରେ କରିନା ଏକ ଇଣ୍ଟରଭିୟୁ ରେ କିଛି ଏପରି ବୟାନ ଦେଇଛନ୍ତି ଯାହା କି ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅଟେ I

ଅଭିନେତ୍ରୀ କରିନା କହିଛନ୍ତି ଯେତେବେଳେ ମୁ ବଲିଉଡ କ୍ୟାରିୟର ରେ ସଙ୍କଟ ପରିସ୍ଥିତି ରେ ଥିଲି ସେତେବେଳେ ସୈଫ ମୋତେ ସହାୟତା କରିଥିଲେ ଓ ଅନେକ କ୍ଷେତ୍ର ରେ ସମର୍ଥନ କରିଥିଲେ I ନିଜ ର ଓ ସୈଫ ଙ୍କ ର ବୟସ ର ବ୍ୟବଧାନ କୁ ନେଇ ମଧ୍ୟ କରିନା କହିଛନ୍ତି କି , ସେ ମୋ ଠାରୁ 10 ବର୍ଷ ବଡ଼ ଅଟନ୍ତି ଓ ଦୁଇଟି ସନ୍ତାନ ର ପିତା ମଧ୍ୟ ଥିଲେ I ଏବଂ ଆମ ଦୁହିଁଙ୍କ ମଧ୍ୟ ରେ ଅନେକ ଚିନ୍ତାଧାରା ରେ ମଧ୍ୟ ସମାନତା ରହିଥିଲା I

କରିନା ଏହା ମଧ୍ୟ କହିଛନ୍ତି କି ଦୁହେଁ ପରସ୍ପର କୁ ଦୀର୍ଘ ସମୟ ହେବ ପ୍ରେମ କରୁଥିଲେ ତେଣୁ ସୈଫ କରିନା ଙ୍କ ମା ଙ୍କୁ କହିଥିଲେ କି ସେ କରିନା ଙ୍କୁ ବିବାହ କରିବା କୁ ଚାହୁଁଛନ୍ତି I ଏହା କୁ ନେଇ କରିନା ଙ୍କ ମା ଙ୍କ ର ମୁଡ଼ କୁଲ ଥିଲା I ତେଣୁ ଦୁହେଁ ବିବାହ କରିବା ର ନିଷ୍ପତି କରିଥିଲେ I

ଅଭିନେତ୍ରୀ କରିନା କୁହନ୍ତି କି ଆମେ ଦୁହେଁ ପରସ୍ପର କୁ ପୂର୍ବ ରୁ ପ୍ରେମ କରୁଥିଲୁ ଏବଂ ବିବାହ ପରେ ଆମେ ଦୁହେଁ ଏକାଠି ରହିବା ରେ କୌଣସି ସମସ୍ୟା ନ ଥିଲା I କରିନା ଫିଲ୍ମ ଟସନ ର ସୁଟିଂ ସମୟ ରେ ସୈଫ ଙ୍କ ସହ ସାକ୍ଷ୍ୟାତ କରିଥିବା ସମୟ କୁ ମନେ ପକାଇଥିଲେ I ଲାଦଖ ଓ ଜେସଲମେର ରେ ସୁଟିଂ ସମୟ ରେ ଆମେ ଦୁହେଁ ଏକାକୀ ବାଇକ ରେ ଅନେକ ଦୂର ଯାତ୍ରା କରିଥିଲୁ I ଏବଂ ସେଠାକାର ପ୍ରାକୃତିକ ସୁନ୍ଦରତା ର ଆନନ୍ଦ ନେଉଥିଲୁ I


ସୂଚନା ଅନୁସାରେ ସୈଫ ଓ କରିନା ଙ୍କ ର ବିବାହ କୁ ଦୀର୍ଘ 8 ବର୍ଷ ପୁରା ହେଇଯାଇଛି I ତାଙ୍କ ର ଏକ ସୁନ୍ଦର ପୁଅ ମଧ୍ୟ ଅଛି I କରିନା ଙ୍କ ପୂର୍ବ ରୁ ସୈଫ 1991 ରେ ନିଜ ଠାରୁ 12 ବର୍ଷ ବଡ଼ ଅମୃତା ସିଂ ଙ୍କ ସହ ବିବାହ କରିଥିଲେ I ଦୁହେଁ ନିଜ ଘର ଲୋକ ଙ୍କ ର ପ୍ରତିକ୍ରିୟା ରେ ଖୁସି ନ ଥିଲେ I ତେଣୁ ଦୁହେଁ ସେ ସମୟ ରେ ଘରୁ ଚାଲିଯାଇ ବିବାହ କରିଥିଲେ I 13 ବର୍ଷ ଦୁହେଁ ଏକାଠି ରହିବା ପରେ 2004 ରେ ଅମୃତା ଓ ସୈଫ ପରସ୍ପର ଠାରୁ ଅଲଗା ହେଇଯାଇଥିଲେ I ସୈଫ ଓ ଅମୃତା ଙ୍କ ର ସାରା ଓ ଇବ୍ରାହିମ ନାମ ଦୁଇଟି ସନ୍ତାନ ଅଛନ୍ତି I

The post ସୈଫଙ୍କ ସହ ବିବାହର ୭ ବର୍ଷ ପରେ କହିଲେ କରିନା କପୁର ଖାନ, ‘ସେ ମୋ ଠାରୁ ୧୦ବର୍ଷ ବଡ ଓ ୨ଟି ଛୁଆର ବାପା ଥିଲା, ଆଉ ….. appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here