ସେନାବାହିନୀରେ ଯୋଗ ଦେବେ ପୁଲ୍‌ଓ୍ଵାମା ଆକ୍ରମଣ ପରେ ଜମ୍ମୁ ଓ କଶ୍ମୀର ଅଭିଯାନରେ ସହିଦ ହୋଇଥିବା ମେଜର୍‌ଙ୍କ ପତ୍ନୀ

0
Advertisement


ଡେରାଡୁନ୍‌: ସହିଦ ମେଜର୍‌ ବିଭୁତି ଧୌନ୍ଦିୟାଲ୍‌ଙ୍କ ବିଧବା ପତ୍ନୀ ନୀତିକା କୌଲ୍‌ ଭାରତୀୟ ସେନା ବାହିନୀର ବୈଷୟିକ ବିଭାଗରେ ଯୋଗ ଦେବେ। ପୁଲ୍‌ଓ୍ଵାମା ଆକ୍ରମଣ ପରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ସାମରିକ ଅଭିଯାନ ସମୟରେ ମେଜର୍‌ ବିଭୁତି ସହିଦ ହୋଇଥିଲେ।

ତାଙ୍କ ବିଧବା ପତ୍ନୀ ୨୬ ବର୍ଷୀୟ କୌଲ ସମ୍ପ୍ରତି ନଇଡ଼ାର ଏକ ସଫ୍‌ଟ୍‌େଓ୍ଵର୍‌ କମ୍ପାନିରେ କାର୍ଯ୍ୟରତ। ସେ ସେନାବାହିନୀର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଚେନ୍ନାଇସ୍ଥିତ ‘ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମି’ରୁ ତାଙ୍କ ନିକଟକୁ କଲ୍‌ ଲେଟର୍‌ ଆସିଛି। ସାମରିକ ଅଭିଯାନ ସମୟରେ ତାଙ୍କ ସ୍ୱାମୀ ସହିଦ ହୋଇଥିବାରୁ ରିକ୍ରୁଇଟ୍‌ମେଣ୍ଟ୍‌ ପରୀକ୍ଷା ଦେବା ନିମନ୍ତେ ତାଙ୍କ ଲାଗି ବୟସ ସୀମା କୋହଳ କରାଯାଇଥିଲା।

Image Source: Indian Express

କୌଲ୍‌ ହେଉଛନ୍ତି ମୂଳତଃ ଜଣେ କଶ୍ମୀର ପଣ୍ଡିତ। ୧୯୯୦ ଦଶକରେ ସେ ଯାଇ ଦିଲ୍ଲୀରେ ବସବାସ କରୁଥିଲେ। ସେନା ବାହିନୀରେ ଯୋଗ ଦେବାକୁ ଶାଶୂ ସରୋଜ ଧୌନ୍ଦିୟାଲ୍‌ ତାଙ୍କୁ ପ୍ରେରଣା ଦେଇଛନ୍ତି ବୋଲି ସେ କହିଛନ୍ତି।

ତାଙ୍କ ଶାଶୂ ସରୋଜ କହନ୍ତି ବୋହୂ ପାଇଁ ସେ ଖୁବ୍‌ ଆନନ୍ଦିତା। ସେ ଜଣେ ସାହସିନୀ ଝିଅ। ଆମ ନିଜ ଝିଅ ଭଳି ଆମର ଦେଖାଶୁଣା କରୁଛି। ତା’ର ନିଜ ପିତାମାତାଙ୍କ ଠାରୁ ସେ ଆମକୁ ଶ୍ରେଷ୍ଠ ବୋଲି ବିଚାର କରେ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here