ସୁପ୍ରିମକୋର୍ଟରେ ପୋଲାଭରମ୍ ମାମଲା : ସପ୍ତାହେ ମହଲତ ଦେବାକୁ ଓଡ଼ିଶାର ଆବେଦନ

0
Advertisement


ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ଏକ ସପ୍ତାହ ଘୁଞ୍ଚାଇବା ନେଇ ଓଡ଼ିଶା ପକ୍ଷରୁ ଆଜି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଗତ ଶନିବାର ଦିନ ଆନ୍ଧ୍ରପ୍ରଦେଶ ପକ୍ଷରୁ ପୋଲାଭରମ୍ ପ୍ରକଳ୍ପ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ଆସନ୍ତାକାଲି ବିଚାରପତି ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହେବ। ଶୁଣାଣି ସମୟରେ ଷ୍ଟାଟସ୍‌ ରିପୋର୍ଟର ଜବାବ ଦାଖଲ ପାଇଁ ଧାର୍ଯ୍ୟ କରାଯାଇଥିବାରୁ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରକଳ୍ପର ହେଡଵାର୍କର କାର୍ଯ୍ୟ ୫୮.୫୦ ପ୍ରତିଶତ, ଡାହାଣ ମୁଖ୍ୟ କେନାଲର କାର୍ଯ୍ୟ ୯୧.୬୯ ପ୍ରତିଶତ ଓ ବାମ ମୁଖ୍ୟ କେନାଲର କାର୍ଯ୍ୟ ୬୯.୯୬ ପ୍ରତିଶତ ଶେଷ ହୋଇଥିବାର ଉଲ୍ଲେଖ କରାଯାଇଛି। ପ୍ରକଳ୍ପର ୩୯.୮ ପ୍ରତିଶତ ଯୋଗାଯୋଗ କାର୍ଯ୍ୟ ସମାପ୍ତ ହୋଇଥିବାର ପ୍ରକଳ୍ପ ଅଗ୍ରଗତି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସଂଶୋଧିତ ବ୍ୟୟ ଅଟକଳ ଅନ୍ତର୍ଗତ ପ୍ରକଳ୍ପର ନିର୍ମାଣ ପାଇଁ ୫୫,୫୮୪.୮୭ କୋଟି ଟଙ୍କା ଖର୍ଚ୍ଚ ହେବ। ଜାନୁଆରୀ ୧୦, ୨୦୨୦ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୩୦.୬୦ ପ୍ରତିଶତ ହାରରେ ସମୁଦାୟ ୧୬,୯୯୬.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଆନ୍ଧ୍ରପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ କୁହାଯାଇଛି।

ସୁପ୍ରିମକୋର୍ଟର ଦାଖଲ କରାଯାଇଥିବା ସତ୍ୟପାଠରେ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ଓଡ଼ିଶାର ଆପତ୍ତିକୁ ନେଇ ମଧ୍ୟ ଆନ୍ଧ୍ରପ୍ରଦେଶ ଜବାବ ରଖିଛି। ଓଡ଼ିଶା ଦ୍ବାରା ପୋଲାଭରମ୍ ପ୍ରକଳ୍ପର ୨୦୦୫ରେ ପରିବେଶ ମଞ୍ଜୁରି ବୈଧ ନଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଡିଜାଇନ ଫ୍ଲଡ୍ ଓ ଫେରନ୍ତା ଜଳ ପ୍ରଭାବର ସଠିକ ଆକୋଳନ କରାନଯାଇ ପୋଲାଭରମ୍ ପ୍ରକଳ୍ପକୁ କାର୍ଯ୍ୟାକାରୀ କାରଯାଉଛି ବୋଲି ଓଡ଼ିଶାର ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ ବୋଲି ଆନ୍ଧ୍ରପ୍ରଦେଶ ପକ୍ଷରୁ କୁହାଯାଇଛ। ପୋଲାଭରମ୍ ଡ୍ୟାମ ଅଞ୍ଚଳରୁ ଓଡ଼ିଶା ଅଞ୍ଚଳ ୧୦୪ କି.ମି. ଦୂରରେ ଥିବା ଯୋଗୁଁ ଫେରନ୍ତା ଜଳର ପ୍ରଭାବ ପଡ଼ିବ ନାହିଁ ବୋଲି ଆନ୍ଧ୍ରପ୍ରଦେଶ କହିଛି। ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ଯୋଗୁଁ ପ୍ରକଳ୍ପ ନିକଟସ୍ଥ ଲୋକମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ଓଡ଼ିଶାର ଆଶଙ୍କା ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତାକାରୀ ବୋଲି ଆନ୍ଧ୍ରପ୍ରଦେଶର ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ କୁହାଯାଇଛି।

ତେବେ, ଆଜି ଓଡ଼ିଶା ପକ୍ଷରୁ ଆନ୍ଧ୍ରପ୍ରଦେଶ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠର ପ୍ରତିବାଦ ଦାଖଲ କରାଯାଇଛି। ଏଥିରେ, ଆନ୍ଧ୍ରର ତଥ୍ୟକୁ ଖଣ୍ଡନ କରାଯାଇଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here