ସିଏଏ-ବିରୋଧୀ ଦଙ୍ଗା ଓ ପୋଡ଼ାଜଳାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୋଷ୍ଟର୍‌ ଲଗାଇଲା ଲକ୍ଷ୍ନୌ ପୁଲିସ

0
Advertisement


ଲକ୍ଷ୍ନୌ: ଶୁକ୍ରବାର ଦିନ ଲକ୍ଷ୍ନୌ ପୁଲିସ ‘ସିଏଏ’ ବିରୋଧୀ ହିଂସାକାଣ୍ଡରେ ସମ୍ପୃକ୍ତ ୫୩ ଜଣଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ଲଗାଇଛି। ୨୦୧୯ ମସିହା ଡିସେମ୍ବର ୧୯ ତାରିଖ ଦିନ ଏମାନେ ସହରରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ।

ଜିଲ୍ଲା ପ୍ରଶାସନ ଏବଂ ଲକ୍ଷ୍ନୌ ପୁଲିସ ଏହି ୫୩ଜଣ ଅଭିଯୁକ୍ତଙ୍କ ଫଟୋ ସଂଗ୍ରହ କରିଥିଲା। ଦଙ୍ଗାକାରୀଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି ତ୍ରାନ୍‌ସ୍‌ ଗୋମତି, ୨୪ଜଣ ହଜ୍‌ରତ୍‌ଗଞ୍ଜ୍‌ ଏବଂ ୧୬ଜଣ ପୁରୁଣା ଲକ୍ଷ୍ନୌର ବାସିନ୍ଦା।

ସହରର ପ୍ରମୁଖ ଛକ ସ୍ଥାନମାନଙ୍କରେ ଏହି ଭଳି ସମୁଦାୟ ୧୦୦ଟି ହୋର୍ଡିଙ୍ଗ୍‌ ଲଗାଯିବ।

ଦଙ୍ଗାରେ ନଷ୍ଟ ହୋଇଥିବା ୧. ୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଭରଣା କରିବାକୁ ଅଭିଯୁକ୍ତ ଦଙ୍ଗାକାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ଯଦି ସେମାନେ ଭରଣା ଅର୍ଥ ପୈଠ କରିବାରେ ବିଫଳ ହୁଅନ୍ତି ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here