ସାଉଦୀ ଆରବର ରାଜକୁମାରୀ ଟ୍ୱୀଟ କରି କହିଲେ, ଇଏ ହେଉଛି ସେହି ଭାରତ ଯାହା ବିଷୟରେ ମୁଁ ସବୁବେଳେ ପଢିଛି, ଜାଣନ୍ତୁ କାହିଁକି

0
Advertisement

କାନପୁରରେ ଉପ୍ର ପ୍ରାନ୍ତିୟ ବ୍ୟପାର ମଣ୍ଡଲ ପ୍ରଦେଶର ଅଧ୍ୟକ୍ଷ ଅଭିମନ୍ୟୁ ଗୁପ୍ତା କିଛି ସମୟ ପୂର୍ବେ ଡାୟଲିସିସ ପାଇଁ ଫର୍ରୁଖାବାଦ ନିବାସୀ ଜଣେ ମହିଲାକୁ ରକ୍ତ ଦେଇଥିଲେ । ଏହା ପରେ ଏହି ମାମଲାରେ ସାଉଦୀ ଆରବର ରାଜକୁମାରୀ ଓ ସମାଜ ସେବିକା ହିଣ୍ଡ ଅଲକସୀମୀ ଟ୍ୱୀଟ କରି ଏହି କଥାର ପ୍ରଶଂସା କରିଛନ୍ତି ଓ ଟ୍ୱୀଟରେ ସେ କହିଲେ କି କଣ ଏହା ଅଟେ ସେହି ଭାରତ ଯାହା ବିଷୟରେ ମୁଁ ପଢିଛି ।

ଏହି ମାମଲା ବିଷୟରେ ବିସ୍ତାର ରୂପରେ କହିବାକୁ ଗଲେ ଫର୍ରୁଖାବାଦରର ସୈନିକ ପରିବାରର ୫୫ ବର୍ଷୀୟ ଶହାନା ବେଗମର ଦୁଇଟି କିଡନୀ ଖରାପ ଅଛି । ଏଥିପାଇଁ ତାଙ୍କୁ ଡାୟଲିସିସ ପାଇଁ କାନପୁରର ଏୟାର ଫୋର୍ସ ହସ୍ପିଟାଲକୁ କୈଂଟ ଆସିବାକୁ ପଡିଲା । କିନ୍ତୁ ଡାୟଲିସିସ ପୂର୍ବରୁ ରକ୍ତ ଆବଶ୍ୟକତା ଥିଲା । ଏମିତିରେ ସେହି ୫୫ ବର୍ଷୀୟ ଶହାନା ବେଗମଙ୍କ ସ୍ଵାମୀ ନିସାର ଖାନ ଓ ତାଙ୍କ ପୁଅ ଶୈଜୀ ଖାନ ବହୁତ ଲୋକମାନଙ୍କୁ ରକ୍ତଦାନ କରିବା ପାଇଁ କହିଲେ ।

କିନ୍ତୁ ସବୁ ସ୍ଥାନରୁ ତାଙ୍କୁ ନିରାଶ ହିଁ ହାତରେ ଲାଗିଲା । ଏମିତିରେ ସେ ନିଜ ଦୁଖର କାହାଣୀ କାନପୁର କୈଂଟ କ୍ଷେତ୍ରରେ ରହୁଥିବା ଉତ୍ତର ପ୍ରଦେଶ ପ୍ରାନ୍ତିୟ ବ୍ୟାପାର ମଂଡଲ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତାକୁ ନିଜର ଦୁଖର କାହାଣୀ ବିଷୟରେ କହିଲେ ଓ ନିଜର କଷ୍ଟକୁ ଦୂର କରିବା ପାଇଁ ସାହାର୍ଯ୍ୟ ମାଗିଲେ । ସ୍ଵାମୀ ନିସାର ଖାନ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତାଙ୍କୁ କହିଲେ କି କାନପୁରରେ ଥିବା ତାଙ୍କର ସମସ୍ତ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରେ କେହି ବି ରକ୍ତ ଦେବା ପାଇଁ ରାଜି ହେଉ ନାହାନ୍ତି ।

ଏହା ପରେ ପ୍ରଦେଶ ଅଧ୍ୟକ୍ଷ ନେତା ଅଭିମନ୍ୟୁ ଗୁପ୍ତା ନିସାର ଖାନଙ୍କ କଥା ଶୁଣି ଦୁଖିତ ହୋଇଗଲେ ଓ ଏହା ପରେ ସେ ନିଜେ ରକ୍ତଦାନ ଦେବା ପାଇଁ ପ୍ରସ୍ତୁତ ହୋଇଗଲେ ଓ ୨୭ ଏପ୍ରିଲକୁ ସେ ରକ୍ତ ଦେଇ ସେହି ୫୫ ବର୍ଷୀୟ ମହିଳାର ଜୀବନ ବଞ୍ଚାଇ ନେଲେ । ଏହି ଭଳି ଘଟଣା ବିଷୟରେ ଜାଣିଲେ କିମ୍ବା ଶୁଣିବାକୁ ମିଳିଲେ ଆଜି ବି ଲାଗେ କି ଆମ ଭାରତରେ ମଣିଷତ୍ଵ ଜୀବିତ ଅଛି ।

କହିବାକୁ ଗଲେ ଆଜି ବି ଆମ ଭାରତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜାତି, ଧର୍ମକୁ ନ ଦେଖି ଲୋକମାନଙ୍କ ସାହାର୍ଯ୍ୟ ପାଇଁ ସ୍ଵଇଚ୍ଛା ଆଗକୁ ଆସନ୍ତି ଓ ତାଙ୍କର ସାହାର୍ଯ୍ୟ କରିଥାନ୍ତି । ଏଥିପାଇଁ ତାଙ୍କୁ ତାଙ୍କର ସମାଜ ନିନ୍ଦା କରୁ ପଛେ ତାଙ୍କୁ କୌଣସି ଫରକ ପଡେ ନାହିଁ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଏହି ସଂସାରରେ ରକ୍ତ ଦାନ ସବୁଠୁ ମହାନ ଦାନ ଅଟେ । କାରଣ ଆପଣ କାହାର ବି ଜୀବନ ଅତି ସହଜରେ ନେଇ ପାରିବେ କିନ୍ତୁ କାହାକୁ ଜୀବନ ଦେବା ଏହା ସବୁଠୁ ବଡ କଷ୍ଟ କମ ଅଟେ ଓ ଏହାକୁ ସମସ୍ତେ କରି ପାରନ୍ତି ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

The post ସାଉଦୀ ଆରବର ରାଜକୁମାରୀ ଟ୍ୱୀଟ କରି କହିଲେ, ଇଏ ହେଉଛି ସେହି ଭାରତ ଯାହା ବିଷୟରେ ମୁଁ ସବୁବେଳେ ପଢିଛି, ଜାଣନ୍ତୁ କାହିଁକି appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/rajkumari-twwet-kari-kahile-eieheuchi/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here