ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦କୁ କ୍ୟାବିନେଟ ଅନୁମୋଦନ

0
Advertisement


-କ୍ଲିନିକ ପାଇଁ ଆଚାର ସଂହିତା ଓ ସର୍ବନିମ୍ନ ମାନକ ନିର୍ଦ୍ଧାରଣ କରିବ ଜାତୀୟ ବୋର୍ଡ
-କେନ୍ଦ୍ରୀୟ ଡାଟାବେସ ପରିଚାଳନା ପାଇଁ ଗଠନ ହେବ ଜାତୀୟ ପଞ୍ଜିକରଣ କର୍ତ୍ତୃପକ୍ଷ
-ଲିଙ୍ଗ ନିରୂପଣ, ଭ୍ରୂଣ ବିକ୍ରୟ ଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶର ମହିଳାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ଐତିହାସିକ ବିଲକୁ ଅନୁମୋଦନ କରିଛନ୍ତି। ଏହି ବିଲଟି ହେଉଛି ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦। ଏଥିସହିତ ସରୋଗେସୀ (କୃତ୍ରିମ ଗର୍ଭଧାରଣ) ନିୟାମକ ବିଲ ୨୦୨୦ ସଂସଦରେ ଉପସ୍ଥାପନ କରିବା ଏବଂ ଡାକ୍ତରୀ ପ୍ରକ୍ରିୟାରେ ଗର୍ଭପାତ ସଂଶୋଧନ ବିଲ ୨୦୨୦କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। ଏସବୁ ବୈଧାନିକ ପଦକ୍ଷେପ ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବାରେ ଐତିହାସିକ ପଦକ୍ଷେପ ଭାବେ ବିବେଚିତ ହେବ।

ଏହି ବିଲ ସଂସଦରେ ଗୃହୀତ ହେବା ପରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜରିଆରେ ଆଇନ କାର୍ଯ୍ୟକାରୀ ହେବାର ତାରିଖ ଘୋଷଣା କରିବେ। ଏହାପରେ ଏକ ଜାତୀୟ ବୋର୍ଡ ଗଠନ କରାଯିବ। ଏହି ଜାତୀୟ ବୋର୍ଡ କ୍ଲିନିକରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଚାର ସଂହିତା ପ୍ରସ୍ତୁତ କରିବ। ଏହାବ୍ୟତୀତ କ୍ଲିନିକ ଓ ବ୍ୟାଙ୍କଗୁଡ଼ିକରେ ଭୌତିକ ଭିତିଭୂମିର ସର୍ବନିମ୍ନ ମାନକ, ପରୀକ୍ଷାଗାର ଓ ନିଦାନ ସରଞ୍ଜାମ ଏବଂ ବିଶେଷଜ୍ଞ ପେସାଦାରଙ୍କ ନିଯୁକ୍ତି ଆଦିର ନୀତିନିୟମ ନିର୍ଦ୍ଧାରଣ କରିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ
ପ୍ରଦେଶଗୁଡ଼ିକ ରାଜ୍ୟ ବୋର୍ଡ ଏବଂ ରାଜ୍ୟ କର୍ତୃପକ୍ଷ ଗଠନ କରିବେ। କ୍ଲିନିକ ଏବଂ ବ୍ୟାଙ୍କ (କୃତ୍ରିମ ଗର୍ଭଧାରଣ କେନ୍ଦ୍ର) ଗୁଡ଼ିକ ପାଇଁ ଜାତୀୟ ବୋର୍ଡ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୀତି ଏବଂ ଯୋଜନାଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ରାଜ୍ୟ ବୋର୍ଡ ନିକଟରେ ରହିବ।
ଏକ କେନ୍ଦ୍ରୀୟ ଡାଟାବେସ ପରିଚାଳନା କରିବା ଏବଂ ଜାତୀୟ ବୋର୍ଡର କାର୍ଯ୍ୟରେ ସହାୟତା ଲାଗି ଏକ ଜାତୀୟ ପଞ୍ଜିକରଣ କର୍ତୃପକ୍ଷ ଗଠନ କରିବା ଲାଗି ବିଲରେ ମଧ୍ୟ ବ୍ୟବସ୍ଥା ରହିଛି। ଲିଙ୍ଗ ନିରୂପଣ, ମାନବ ଭ୍ରୂଣ ଓ ଜନନକୋଷ ବିକ୍ରୟ, ଏପରି ବେଆଇନ କାର୍ଯ୍ୟକଳାପ ପାଇଁ ସଂସ୍ଥା/ରାକେଟ/ସଂଗଠନ ଚଳାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ବିଲରେ ପ୍ରସ୍ତାବ ରହିଛି।

ଏହି ଆଇନର ପ୍ରମୁଖ ଲାଭ ହେଉଛି ଏହା ଦେଶରେ ସହାୟକ ଗର୍ଭଧାରଣ ପ୍ରଯୁକ୍ତି ସେବାକୁ ନିୟନ୍ତ୍ରଣ କରିବାରେ ସଫଳ ହେବ। ଫଳରେ ସନ୍ତାନହୀନ ଦମ୍ପତି ଏଆରଟିଏସ କ୍ଷେତ୍ରରେ ଅଧିକ ବିଶ୍ୱସନୀୟ ଓ ସୁନିଶ୍ଚିତ ସେବା ପାଇପାରିବେ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here