ସଲମାନ ଖାନଙ୍କ ବଡ ବୟାନ, କହିଲେ ଲୋକମାନେ କାହିଁକି ତାଙ୍କୁ ‘ସଲମାନ ଭାଇ’ ବୋଲି ଡାକିଥାନ୍ତି

0
Advertisement

ଆଜିର ସମୟରେ ସଲମାନ ଖାନ ଜଣେ ଏପରି ଅଭିନେତା ଯାହାଙ୍କର ଲୋକପ୍ରିୟତା ଅଲଗା ତାରକାଙ୍କ ଠାରୁ ଖୁବ ବେଶୀ ରହିଛି | ଇଏ ଯେଉଁ ଚଳଚ୍ଚିତ୍ର ଉପରେ ନିଜର ହାତ ରଖନ୍ତି, ସେ ଫିଲ୍ମ ଅତି କମରେ 100 କୋଟି ଟଙ୍କାର ବ୍ୟବସାୟ କରିଥାଏ | ଦବଙ୍ଗ, ଦବଙ୍ଗ 2, ବଜରଙ୍ଗୀ ଭାଇଜାନ, ଟାଇଗର ଜିନ୍ଦା ହେ , କିକ୍ ଇତ୍ୟାଦି ଏପରି କିଛି ଚଳଚ୍ଚିତ୍ର ଯାହା ବକ୍ସ ଅଫିସ୍ ସଂଗ୍ରହର ସମସ୍ତ ରେକର୍ଡ ଭାଙ୍ଗିଛି | କେବଳ ଚଳଚ୍ଚିତ୍ରରେ ନୁହେଁ, ସେ ନିଜକୁ ଟିଭିରେ ସବୁଠାରୁ ଦାମୀ ତାରକା ଭାବେ ନାମିତ କରିଛନ୍ତି। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ‘ବିଗ୍ ବସ୍ ସିଜନ୍ 13’ର ଗୋଟେ ଏପିସୋଡ୍ ପାଇଁ ସଲମାନ ଖାନ 15 କୋଟି ଟଙ୍କା ନେଇଥାନ୍ତି । ବର୍ତ୍ତମାନ ଆପଣ ହିସାବ କରିପାରିବେ ଯେ ଗୋଟେ ସିଜିନରେ ଏତେ ସଂଖ୍ୟକ ଏପିସୋଡ୍ କରି ସଲମାନ କେତେ ଟଙ୍କା ରୋଜଗାର କରୁଥିବେ | ସଲମାନ ଭାଇ ଯେତେବେଳେ ସୋରେ ୟାଙ୍କରିଂ କରନ୍ତି ସେ ଏପରି କଥାରେ ବାନ୍ଧନ୍ତି ଯେ ଟିଭି ପରଦାରୁ କେହି ଉଠିକି ଯାଇ ପାରନ୍ତି ନାହିଁ |

ସଲମାନଙ୍କ ବିଷୟରେ ଭଲ କଥା ଏହା ହେଉଛି କି ସେ ଯେତିକି ଟଙ୍କା ରୋଜଗାର କରନ୍ତି ତାର ଅଧାରୁ ଅଧିକ ଦାନ ଧର୍ମ କରି ଦିୟନ୍ତି । ସେ ଅନେକ ପ୍ରକାରର ଚାରିଟି କରିବା ପାଇଁ ଜଣାଶୁଣା | ସଲମାନଙ୍କ ବନ୍ଧୁତା ଏବଂ ଶତ୍ରୁତା ଉଭୟ ବଲିଉଡରେ ଖୁବ ଜଣାଶୁଣା | ଯାହାଙ୍କୁ ସେ ନିଜର ବନ୍ଧୁ ଭାବି ନିୟନ୍ତି ତା ହାତ କେବେ ହେଲେ ଛାଡ଼ନ୍ତି ନାହିଁ, ଏବଂ ଯାହାକୁ ଶତ୍ରୁ ବୋଲି ଭାବନ୍ତି, ସେ ଇଣ୍ଡଷ୍ଟ୍ରିରେ ରହିବା କଷ୍ଟକର ହେଇଯାଇଥାଏ |

ସଲମାନ ଖାନ 54 ବର୍ଷ ବୟସରେ ବି ଅବିବାହିତ ଅଛନ୍ତି ଅଟନ୍ତି। ଲୋକମନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ରହିଥାଏ ଯେ, ‘ସଲମାନ କାହିଁକି ବିବାହ କରୁ ନାହାନ୍ତି?’ ଏହି ପ୍ରଶ୍ନ ବ୍ୟତୀତ ଅନ୍ୟ ଏକ ପ୍ରଶ୍ନ ଲୋକମାନଙ୍କୁ ବହୁତ ଚିନ୍ତା ରେ ପକାଇଥାଏ କି, ‘ସମସ୍ତେ ସଲମାନ ଖାନଙ୍କୁ ଭାଇ ବୋଲି କାହିଁକି ଡାକନ୍ତି?’

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ତାଙ୍କର ସାଙ୍ଗମାନେ, ଯେଉଁମାନେ ଏକାଠି କାମ କରନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବି ତାଙ୍କୁ ‘ସଲମାନ ଭାଇ’ ବୋଲି ଡାକନ୍ତି | ସଲମାନ ଖାନ କହିଛନ୍ତି ଯେ ଅନେକ ଥର ତାଙ୍କ ବରିଷ୍ଠ ଅଭିନେତାମାନେ ମଧ୍ୟ ତାଙ୍କୁ ‘ଭାଇ ‘ ବୋଲି ଡାକନ୍ତି ଯାହା ଟିକେ ଅଜବ ଅଟେ। ସଲମାନ ଆହୁରି ମଧ୍ୟ ବିଶ୍ୱାସ କରନ୍ତି ଯେ ଯେତେବେଳେ ଜଣେ ଝିଅ ତାଙ୍କୁ ‘ଭାଇ’ ବୋଲି ଡାକନ୍ତି, ସେତେବେଳେ ସେ ଟିକେ ଅଲଗା ଫିଲ କରନ୍ତି |

ସଲମାନ ଭାଇ ଡାକିବାର କାରଣ କେହି ଜାଣି ନଥିଲେ। କିନ୍ତୁ ନିକଟରେ ଏକ ମିଡିଆ ଇଭେଣ୍ଟରେ ସାମ୍ବାଦିକ ପ୍ରଶ୍ନ ପଚାରିଲେ “କାହିଁକି ସମସ୍ତେ ଆପଣଙ୍କୁ ଭାଇ ବୋଲି ଡାକନ୍ତି?” ସଲମାନ ଏହି ପ୍ରଶ୍ନର ଏପରି ଉତ୍ତର ଦେଇଥିଲେ ଯେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଜୋରରେ ହସି ବାକୁ ଲାଗିଲେ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସଲମାନ କହିଲେ ଯେ ସମସ୍ତେ ମୋତେ ଭାଇ ବୋଲି ଡାକନ୍ତି କାରଣ ସୋହେଲ (ସଲମାନଙ୍କଭାଇ) ମୋତେ ଭାଇ ବୋଲି ଡାକନ୍ତି। ସଲମାନ ଏହାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରି କହିଲେ ଯେ ପ୍ରକୃତରେ ଯେତେବେଳେ ସୋହେଲ ମୋତେ ଭାଇ ବୋଲି କହୁଥିଲେ, ସେତେବେଳେ ତାଙ୍କର ସମସ୍ତ ସାଙ୍ଗମାନେ ମଧ୍ୟ ମୋତେ ଭାଇ ବୋଲି କହିବା ଆରମ୍ଭ କରିଥିଲେ। ଏହା ପରେ, ଏହି ଧାରା ବଢିବା ରେ ଲାଗିଲା ଏବଂ ମୋ ଆଖପାଖର ସମସ୍ତ ଲୋକ ଏବଂ ସାଙ୍ଗ ସାଥୀମାନେ ମୋତେ ଭାଇ ବୋଲି କହିବା ଆରମ୍ଭ କଲେ।

The post ସଲମାନ ଖାନଙ୍କ ବଡ ବୟାନ, କହିଲେ ଲୋକମାନେ କାହିଁକି ତାଙ୍କୁ ‘ସଲମାନ ଭାଇ’ ବୋଲି ଡାକିଥାନ୍ତି appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here