ସଫଳତା ଆଗରେ ହାର ମାନିଲା ଗରିବି, ଜାଣନ୍ତୁ କିପରି ଏହି ଦର୍ଜୀଙ୍କ ପୁଅ ହେଲେ ଆଈଏଏସ ଅଫିସର

0
Advertisement

ଗରୀବି କେବେବି ସଫଳତା ପାଇଁ ପ୍ରତିବନ୍ଧକ ହୋଇପାରେ ନାହିଁ । ମଣିଷ ନିଜର ପରିଶ୍ରମ ଓ ଚେଷ୍ଟା ବଳରେ ସବୁକିଛି ହାସଲ କରି ପାରିବ । ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ ବାପା ସିଲେଇ କରି ପରିବାର ପ୍ରତିପୋଷଣ କରୁଥିଲେ ଓ ତାଙ୍କ ପୁଅ ହେଲେ ଆଜି ଆଇଏଏସ୍ ଅଫିସର । ଆମେ ଆପଣଙ୍କୁ କହି ରଖୁଛି ସେ ହେଉଛନ୍ତି ନିରିଶ୍ ରାଜପୁତ । ସେ ହେଉଛନ୍ତି ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଏକ ଗରିବ ଶ୍ରେଣୀର ଯୁବକ ।

ତାଙ୍କ ବାପା ସେହି ଅଞ୍ଚଳର ଦର୍ଜି ଥିଲେ । ସେ ନିଜର ଗରିବିକୁ ନିଜ ଉପରେ ପ୍ରଭାବ ପକେଇବାକୁ ନଦେଇ ପରିଶ୍ରମ ବଳରେ ହେଲେ ଆଇଏଏସ୍ ଅଫିସର । ନିରିଶ ଙ୍କ କହିବାନୁସାର ସେ ପୂର୍ବ ୩ ବର୍ଷ ହେଲାଣି ସିଭିଲ ସେବା ପରୀକ୍ଷାରେ ସଫଳ ହେଇପାରୁ ନଥିଲେ । ହେଲେ ସେ ହାର ମାନି ନଥିଲେ । ସେ ତାଙ୍କ ପ୍ରୟାସ ଜାରି ରଖିଥିଲେ । ଓ ଚତୁର୍ଥ ବର୍ଷ ସେ ୩୭୦ ତମ ସ୍ଥାନ ରଖି ପାସ୍ କରିଥିଲେ । ସେ ଗୋହଡ ତହସିଲର ମଉ ଗାଆଁ ରେ ୩୦୦ ବର୍ଗଫୁଟର ଘରେ ରହୁଥିଲେ ।

ସିଭିଲ ସର୍ଭିସରେ ନିଜକୁ ସାମିଲ କରିବା ପାଇଁ ନିଜ ସ୍ବପ୍ନକୁ ପୁରା କରିବାକୁ ଯାଇ ସେ ଘରଘର ବୁଲି ଖବର କାଗଜ ବାଣ୍ଟିବା ଭଳି କାମ ମଧ୍ୟ କରିଛନ୍ତି । କାରଣ ତାଙ୍କ ପାଠ ପଢ଼ାପାଇଁ ତାଙ୍କ ଘରେ କୌଣସି ଆର୍ଥିକ ଅଭାବ ଦେଖା ନଯାଉ, ସେଥିପାଇଁ ସେ ଏପରି କାମ କରୁଥିଲେ । ସେ ତାଙ୍କ ଗାଆଁର ସରକାରୀ ସ୍କୁଲରେ ପାଠ ପଢିଥିଲେ ଓ ପରେ ଗୋଆଲିୟରର କଲେଜରେ ପଢିଥିଲେ । ତାଙ୍କର ଦୁଇ ବଡ଼ ଭାଇ ମଧ୍ୟ ସ୍କୁଲ ଶିକ୍ଷକ ଅଟନ୍ତି ।

ନୀରିଶଙ୍କ ସ୍ବପ୍ନକୁ ପୂର୍ଣ୍ଣ କରିବା ପାଇଁ ତାଙ୍କ ପରିବାର ଲୋକ ତାଙ୍କର ସମସ୍ତ ଜମାପୁଞ୍ଜି ନୀରିଶଙ୍କୁ ଦେଇ ଦେଇଥିଲେ, ନୀରିଶ ତାଙ୍କ ପରିଶ୍ରମ ଓ ସଚେଷ୍ଟା ବଳରେ ଆଇଏଏସ୍ ହୋଇ ସମସ୍ତଙ୍କ ସ୍ବପ୍ନ ସହ ନିଜ ସ୍ବପ୍ନକୁ ମଧ୍ୟ ପୁରା କରିଛନ୍ତି । ମଣିଷର ମନବଳ ଆଗରେ ଗରିବି ମଧ୍ୟ ହାର ମାନିଗଲା । ତେଣୁ ଚେଷ୍ଟା ଓ ପରିଶ୍ରମ ବଳରେ ମଣିଷ ସବୁ ହାସିଲ କରିପାରିବ । ଆଶା କରୁଛୁ ନୀରିଶଙ୍କ ସଫଳତା ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

The post ସଫଳତା ଆଗରେ ହାର ମାନିଲା ଗରିବି, ଜାଣନ୍ତୁ କିପରି ଏହି ଦର୍ଜୀଙ୍କ ପୁଅ ହେଲେ ଆଈଏଏସ ଅଫିସର appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/spahalta-paibare-nirishanka-agare-garibi/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here