ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ, ରାଜ୍ୟପାଳଙ୍କ ଉପରେ ନଜର

0
ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ, ରାଜ୍ୟପାଳଙ୍କ ଉପରେ ନଜର
Advertisement

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଧବ ଠାକରେଙ୍କୁ ମନୋନୀତ କରିବାକୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେପି କର୍ମୀଙ୍କ ଆବେଦନ ଉପରେ ସୋମବାର ବମ୍ବେ ହାଇକୋର୍ଟ ମଧ୍ୟବର୍ତ୍ତୀ କାଳୀନ ସହାୟତା ପ୍ରଦାନ କରିବାକୁ ମନା କରି ଦେଇଛନ୍ତି।

ବିଜେପି କର୍ମୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାଖାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଏହି ସୁପାରିଶର ଆଇନଗତ ବୈଧତା ରାଜ୍ୟପାଳଙ୍କ ଦ୍ବାରା ବିଚାର କରାଯିବ। ୨୦୧୯ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଉଦ୍ଧବ ଠାକରେ। ବର୍ତ୍ତମାନ ସମୟରେ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନାହାନ୍ତି ଉଦ୍ଧବ। ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଏବେ ସମସ୍ତଙ୍କ ନଜର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଉପରେ ରହିଛି।

ଅପରପକ୍ଷେ କରୋନା ଭାଇରସ୍‌ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେଙ୍କ ପାଇଁ ସଙ୍କଟ ଦେଖାଯାଇଛି। ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପୂରିବାକୁ ଯାଉଥିବାରୁ ଏହା ମଧ୍ୟରେ ତାଙ୍କୁ ବିଧାନ ସଭା ବା ବିଧାନ ପରିଷଦ କୌଣସିଟିରେ ସଦସ୍ୟ ହେବାର ଆବଶ୍ୟକତା ରହିଛି। କାରଣ ଉଦ୍ଧବ ବର୍ତ୍ତମାନ ରାଜ୍ୟର ଉଭୟ ବିଧାନ ସଭା ଓ ବିଧାନ ପରିଷଦର ସଦସ୍ୟ ନାହାନ୍ତି। ମହାମାରୀ କରୋନା ପାଇଁ ରାଜ୍ୟରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମେ ୨୮ ପୂର୍ବରୁ ବିଧାନ ସଭା ବା ବିଧାନ ପରିଷଦର ସଦସ୍ୟ ହେବା ଆବଶ୍ୟକତା ରହିଛି।

ଆଇନ୍‌ କଣ କହୁଛି?
ଉଦ୍ଧବ ଠାକରେ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ। ସମ୍ବିଧାନର ଧାରା ୧୬୪ (୪) ଅନୁସାରେ, ଉଦ୍ଧବ ଠାକରେ ୬ମାସ ଭିତରେ ରାଜ୍ୟର ବିଧାନ ସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହବୋ ଜରୁରୀ ଅଟେ। ବର୍ତ୍ତମାନ ଉଦ୍ଧବ କୌଣସି ଗୃହର ସଦସ୍ୟ ନାହାନ୍ତି। ଉଦ୍ଧବଙ୍କୁ ମିଳିଥିବା ୬ମାସର ଅବଧି ମେ ୨୮ ତାରିଖରରେ ଶେଷ ହେବାକୁ ଯାଉଛି। ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମେ ୨୮ ପୂର୍ବରୁ ବିଧାନ ସଭା ବା ବିଧାନ ପରିଷଦର ସଦସ୍ୟ ହେବା ଆବଶ୍ୟକତା ରହିଛି।

କ’ଣ ରହିଛି ସମସ୍ୟା?
ଏପ୍ରିଲ ୨୪ରେ ମହାରାଷ୍ଟ୍ର ବିଧାନ ପରିଷଦରେ ୯ଟି ସିଟ୍‌ ଖାଲି ହେବାକୁ ଯାଉଛି। ଦ୍ବିବାର୍ଷିକ ନିର୍ବାଚନ ଦ୍ବାରା ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହେବାର ଥିଲା। ହେଲେ ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାକୁ ନଜରରେ ରଖି ନିର୍ବାଚନ କମିଶନର ହେବାକୁ ଥିବା ସମସ୍ତ ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି।

ବିକଳ୍ପ କ’ଣ ଅଛି?
ରାଜ୍ୟପାଳଙ୍କ ସୁପାରିଶ କ୍ରମେ ବିଧାନ ପରିଷଦ ଯାଇ ପାରନ୍ତି ଉଦ୍ଧବ। ଯଦି ରାଜ୍ୟପାଳ ସରକାରଙ୍କ ଏହି ସଂକଳ୍ପକୁ ସୁପାରିଶ ଦିଅନ୍ତି ତେବେ ଉଦ୍ଧବ ଠାକରେ ବିଧାନ ପରିଷଦର ସଦସ୍ୟ ହୋଇ ପାରିବେ। ଏତଦ୍‌ବ୍ୟତୀତ ଉଦ୍ଧବଙ୍କ ପାଖରେ ୨ୟ ବିକଳ୍ପ ରହିଛି। ମୁଖ୍ୟମନ୍ତ୍ରୀ ଭାବେ ୬ ମାସ ପୁର୍ଣ୍ଣ ହେବା ପୂର୍ବରୁ ଉଦ୍ଧବ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ଏହାପରେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ଉଦ୍ଧବ। ଯାହାଫଳରେ ଉଦ୍ଧବଙ୍କୁ ଆଉ ଅତିିରିକ୍ତ ୬ ମାସ ମିଳିବ। ହେଲେ ଏଥିରେ ଏକ ସମସ୍ୟା ରହିଛି। ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତି ତେବେ ପୁରା ସମଗ୍ର କ୍ୟାବିନେଟର ଇସ୍ତଫାକୁ ବିଚାର କରାଯାଇପାରେ ଏବଂ ତା’ପରେ ପୁରା କ୍ୟାବିନେଟକୁ ପୁନର୍ବାର ଶପଥ ଗ୍ରହଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ମହା ବିକାଶ ଅଘାଡି ମେଣ୍ଟ ସରକାର ରହିଛି। ଏଥିରେ ଉଦ୍ଧବଙ୍କ ଶବିସେନା ସହ କଂଗ୍ରେସ ଏବଂ ଏନ୍‌ସିପି ସଦସ୍ୟ ରହିଛନ୍ତି। କରୋନା ଭାଇରସ୍‌ର କବଳରେ ସବୁଠାରୁ ଅଧିକ ପ୍ରଭାବିତ ଏହି ରାଜ୍ୟରେ ୫୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳ ସୁଦ୍ଧା ୨୫୧ ଜଣଙ୍କ ଜୀବନ ଗଲାଣି।

The post ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ, ରାଜ୍ୟପାଳଙ୍କ ଉପରେ ନଜର appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/04/22/maharashtra-danger-over-uddhav-thackerays-cm-post-now-ball-in-the-governors-court/?utm_source=rss&utm_medium=rss&utm_campaign=maharashtra-danger-over-uddhav-thackerays-cm-post-now-ball-in-the-governors-court

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here