
ନୂଆଦିଲ୍ଲୀ : ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଆଜି ସଂସଦ ଭବନରେ ଥିବା ବିଜୁ ଜନତା ଦଳ (ବିଜେଡି) କାର୍ଯ୍ୟାଳୟରେ ପାଳନ କରାଯାଇଛି।
କାର୍ଯ୍ୟକ୍ରମରେ ବହୁ ସାଂସଦ ଯୋଗଦେଇଥିଲେ। ବିଜୁବାବୁଙ୍କ ଫଟୋରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସାଂସଦମାନେ ବିଜୁବାବୁଙ୍କ ସାହସିକତା ଓ ଆଦର୍ଶର ସ୍ମୃତିଚାରଣ କରିବା ସହିତ ‘ଭାରତ ରତ୍ନ’ ଦାବି ଦୋହରାଇଥିଲେ।
କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲକା, ବିଜେପି ସାଂସଦ ନୀରଜ ଶେଖର, ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ, ଆସାମ ଗଣ ପରିଷଦର ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ପ୍ରସାଦ ବୈଶ୍ୟ, ରାଜ୍ୟସଭାର ମନୋନୀତ ସଦସ୍ୟ ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

