ଶିଶୁ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା

0
Advertisement

ଭଦ୍ରକ : ଶିଶୁ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ଭଦ୍ରକ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଭଦ୍ରକ ମେଡିକାଲରେ ରବିବାର ସଂଧ୍ୟାରେ ପ୍ରାୟ ଏକ ଘଣ୍ଟାରୁ ଊଦ୍ଧ୍ଵର୍ ସମୟ ବିଜୁଳି କାଟ ହୋଇଥିଲା। ବିଜୁଳି କାଟ ସମୟରେ ମେଡିକାଲରେ ପ୍ରସୂତିି ଓ୍ଵାର୍ଡରେ ଗ୍ରାମାଞ୍ଚଳ ଥାନାର ମହିଳା କନକଲତା ମିଶ୍ରଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ନ ଥିବାରୁ ଶିଶୁପୁତ୍ରଟି ମେଡିକାଲରେ ଜନ୍ମ ପରେ ମୃତ୍ୟୁ ଘଟିଥିଲା। ଶିଶୁ ପୁତ୍ରଟିର ମୃତ୍ୟୁକୁ ନେଇ ମହିଳାଙ୍କ ପରିବାର ଲୋକେ ମେଡିକାଲ ପରିସରରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ।

ଚିକିତ୍ସାରେ ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲରେ କେହି ଅଧିକାରୀ ନ ଥିବାରୁ ଏପରି ଘଟଣାକୁ ନେଇ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା। ଏହି ଘଟଣା ପରେ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରାଯାଇଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here