ଶିବରାଜଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ, ଶପଥ ନେଲେ ୨୦ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ

0
ଶିବରାଜଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ, ଶପଥ ନେଲେ ୨୦ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ
Advertisement

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ୨୦ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଗୁରୁବାର ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ମାର୍ଚ୍ଚ ୨୩ରେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ଏପ୍ରିଲ ୨୧ରେ ୫ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଥିଲେ। ଏହାର ୭୧ ଦିନ ପରେ ଜୁଲାଇ ୨ରେ ଅର୍ଥାତ୍‌ ଆଜି ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି ଶିବରାଜ। ଗୁରୁବାର ନୂଆ ୨୮ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଗୋପାଳ ଭାର୍ଗବ, ବିଜୟ ଶାହ, ଯଶୋଧରା ରାଜେ ସିନ୍ଦିଆଙ୍କ ସମେତ ଅନେକ ବଡ଼ ନେତା ରହିଛନ୍ତି।

ମଧ୍ୟପ୍ରଦେଶରେ ବିଜେପି ନୂଆ ସରକାର ଗଠନ କରିବା ପରେ ମନ୍ତ୍ରିମଣ୍ଡଳର ଏହା ପ୍ରଥମ ସମ୍ପ୍ରସାରଣ। କଂଗ୍ରେସରୁ ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଶପଥଗ୍ରହଣ ଉତ୍ସବରେ ଖୋଦ୍‌ ଜ୍ୟୋତିରାଦିତ୍ୟ ସିନ୍ଦିଆ ବି ଉପସ୍ଥିତ ରହିଥିଲେ। ସିନ୍ଦିଆଙ୍କ ସମର୍ଥକ ତୁଳସୀ ସିଲାୱଟ ଏବଂ ଗୋବିନ୍ଦ ସିଂହ ରାଜପୁତଙ୍କୁ ପୂର୍ବରୁ ଗତ ଏପ୍ରିଲରେ ଶିବରାଜଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ କରାଯାଇଥିଲା। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ସଦସ୍ୟ ରହିଥିବାବେଳେ ସର୍ବାଧିକ ୩୫ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ରହିପାରିବେ। ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ କ୍ୟାବିନେଟରେ ମାତ୍ର ୫ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା।

The post ଶିବରାଜଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ, ଶପଥ ନେଲେ ୨୦ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ appeared first on Odisha Link.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2020/07/02/shivraj-singh-chouhan-madhya-pradesh-mp-cabinet-expansion/?utm_source=rss&utm_medium=rss&utm_campaign=shivraj-singh-chouhan-madhya-pradesh-mp-cabinet-expansion

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here